ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାନ ପାଇଛି। ପ୍ରିୟଙ୍କାଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମହମ ମ୍ୟୁଜିୟମ୍‌ରେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ପ୍ରିୟଙ୍କା ଚୋପ୍ରା ଆମେରିକୀୟ ପପ୍‌ ଗାୟକ ନିକ୍‌ ଜୋନାସ୍‌ଙ୍କୁ ୨୦୧୮ରେ ବିବାହ କରିଥିଲେ। ନ୍ୟୁୟର୍କ ସିଟିସ୍ଥିତ ନିଜର ଏକ ଆପାର୍ଟମେଣ୍ଟରେ ରହି ମାଡାମ ଟୁସାଡ୍ସ ଟିମ୍‌ ସହ ଏହି ବୃହତ୍‌ ପ୍ରକଳ୍ପ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ପ୍ରିୟଙ୍କାଙ୍କ ଶାଶୁଘର ସହର ନ୍ୟୁୟର୍କରେ ତାଙ୍କର ପ୍ରଥମ ମହମ ମୂର୍ତ୍ତି ଅନାବରଣ ହୋଇଥିଲା। ମାଡାମ ଟୁସାଡ୍ସ ଲଣ୍ଡନ ସମେତ ସିଡ୍‌ନୀ ଏବଂ ଏସିଆରେ ପ୍ରିୟଙ୍କାଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ୪ଟି ମହାଦେଶରେ ଥିବା ମାଡାମ ଟୁସାଡ୍ସ ମ୍ୟୁଜିୟମ୍‌ରେ ପ୍ରିୟଙ୍କାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବାଦ୍ୱାରା ତାଙ୍କର ପ୍ରଶଂସକମାନେ ଖୁବ୍‌ ଖୁସି ହୋଇଥିବା ମ୍ୟୁଜିୟମ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ପ୍ରିୟଙ୍କା କହନ୍ତି, ‘ମୁଁ ଲଣ୍ଡନକୁ ଭଲ ପାଏ। ଏହାର ଏକ ଚମତ୍କାରୀ ଶକ୍ତି ଓ ଆତ୍ମା ରହିଛି। ମାଡାମ ଟୁସାଡ୍ସ ଲଣ୍ଡନ ଟିମ୍‌ ସହିତ କାର୍ଯ୍ୟ କରିବା ଖୁବ୍‌ ଆନନ୍ଦଦାୟକ। ଏହାଦ୍ୱାରା ପ୍ରଶଂସକମାନେ ବିଶ୍ୱର ଏକ ପ୍ରିୟତମ ନଗରୀରେ ମୋ ପ୍ରତିମୂର୍ତ୍ତି ଦେଖିବାର ସୁଯୋଗ ପାଇପାରିବେ।’

Share