Categories: ଜାତୀୟ

ମାଡିଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମର ଆଡକୁ ଗତିକରି ୭୨ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୧୩ ତାରିଖ ସକାଳେ ଏହା ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୨୦ କିଲୋମିଟର ରହିବ। ଏହାର ପ୍ରଭାବରେ ମହାରାଷ୍ଟ୍ର, କର୍ନାଟକ ଏବଂ କେରଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯିବା ସହ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି।

Share