Advertisement
Categories: ଜାତୀୟ

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। ସାଧାରଣ ମହିଳାଙ୍କ ପରି ସେମାନଙ୍କୁ ମଧ୍ୟ ମହିଳା ଭାବେ ବିବେଚନା କରାଯିବ। ବିବାହରେ କେବଳ ମହିଳାଙ୍କ ପାଇଁ କନ୍ୟା ଶବ୍ଦର ପ୍ରୟୋଗ କରାଯିବ ନାହିଁ ବୋଲି ଏକ ସ୍ଥାନୀୟ ଖଣ୍ଡପୀଠ ରାୟ ଦେଇଛନ୍ତି। କିନ୍ନରଙ୍କ ଲାଗି ମଧ୍ୟ ଏହି ଶବ୍ଦର ବ୍ୟବହାର କରାଯିବ। ବିଚାରପତି ଜି.ଆର୍‌. ସ୍ବାମୀନାଥନ୍‌ ଜଣେ ବ୍ୟକ୍ତି ଏବଂ ସେ ବିବାହ କରିଥିବା କିନ୍ନରଙ୍କ ସମ୍ପର୍କିତ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ସେମାନଙ୍କର ବିବାହ ପଞ୍ଜିକରଣ କରିବାକୁ ତୁତିକୋରିନ୍‌ର ଅଧିକାରୀ ମନା କରିଥିଲେ। ଏହାପରେ ବ୍ୟକ୍ତି ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ସମ୍ପୃକ୍ତ ଅଧିକାରୀଙ୍କୁ ବିବାହ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share