Categories: ଜାତୀୟ

ମାତାପିତାଙ୍କ ଝଗଡ଼ା ଯୋଗୁ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଚିଠି ଲେଖିରେ ନାବାଳକ ପୁତ୍ର

ପାଟନା,୧୭।୭: ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଯୋଗୁ ସନ୍ତାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଏଠାରେ ବାସ କରୁଥିବା ଜଣେ ଛୋଟ ପିଲା ମାତାପିତାଙ୍କ ମଧ୍ୟରେ ଲାଗି ରହିଥିବା ଝଗଡ଼ାରେ ମାନସିକ ଅବସାଦଗ୍ରସ୍ତ ହୋଇ ପଡ଼ିଛନ୍ତିି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଛାମୃତ୍ୟୁ ପାଇଁ ଚିଠି ଲେଖିଛନ୍ତି। ନାବାଳକଙ୍କ ଚିଠି ମିଳିବା ପରେ ଏହି ଘଟଣାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ପିଲାଟି ଏବେ ଦେଓଘରରେ ପିତାଙ୍କ ପାଖରେ ରହୁଛି। ମାତା ପାଟନାରେ ରହୁଛନ୍ତି। ସେ ବ୍ୟାଙ୍କରେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟକରୁଛନ୍ତି। ଏହା ପୂର୍ବରୁ ପିଲାଟି ୩-୪ ବର୍ଷ ବୟସ ସମୟରେ ଭାଗଲପୁରସ୍ଥିତ ହଲଗାଓଁରେ ତାଙ୍କ ବୁଢ଼ା ବାପାଙ୍କ ପାଖରେ ରହୁଥିଲେ। ତେବେ ବୁଢ଼ାବାପା ଅବସର ଗ୍ରହଣ କରିବା ପରେ ଏବେ ପିଲା ଜଣକ ନିଜ ପିତାଙ୍କ ପାଖରେ ରହୁଛନ୍ତି। ମାତାପିତାଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ କୋର୍ଟରେ ବିଚାର ଚାଲିଥିବା ନେଇ ପିଲା ଜଣକ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ମାତାପିତାଙ୍କ ସ୍ନେହରୁ ବଞ୍ଚିତ ହୋଇ ସେ କଷ୍ଟରେ ଜୀବନ ବିତାଉଥିବା ଚିଠିରେ ଲେଖିଛନ୍ତି।

Share