Categories: ଜାତୀୟ

ମାତା-ପିତାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାତା ଗୀତା ଦେବୀ ଏବଂ ପିତା ଗୋବିନ୍ଦରାମ କେଜରିଓ୍ବାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଇ ଭୋଟ ଦେଇଛନ୍ତି। ସେ ସପରିବାର ସିଭିଲ୍‌ ଲାଇନ୍ସ୍‌ର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ବହୁସଂଖ୍ୟାରେ ଭୋଟ ଦେବା ଲାଗି ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ହେବା ସହିତ ଏକ ସଶକ୍ତ ସରକାର ଗଠନ ହୋଇପାରିବ ବୋଲି ସେ କହିଛନ୍ତି।

Share