ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି। ‘ଗଡ ଅଫ କ୍ରିକେଟ’ ଭାବରେ ଜଣାଶୁଣା ସଚିନ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। କଳାଧଳା ଏହି ଫଟୋରେ ସେ ନିଜ ମାତାପିତାଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି। ଏହି ସମୟରେ ପିତାମାତାଙ୍କୁ ଆମମାନଙ୍କ ଆବଶ୍ୟକତା ବେଶୀ ରହିଛି। ମାତାପିତା ଆମକୁ ନିଜ ଗୋଡରେ ନିଜେ ଛିଡା ହେବାରେ ସହାୟତା କରିଛନ୍ତି। ସଫଳ ମଣିଷ କରିବାରେ ମଧ୍ୟ ସେମାନଙ୍କ ହାତ ରହିଛି। ମୋ ମାତାପିତା ମଧ୍ୟ ମୋତେ ସମର୍ଥନ ଦେଇଛନ୍ତି, ରାସ୍ତା ଦେଖାଇଛନ୍ତି। ସେହି କାରଣରୁ ଆଜି ମୁଁ ଏବେ ବଡ଼ ଉପଲବ୍ଧି ହାସଲ କରିବାରେ ସମର୍ଥ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ମାତାପିତାଙ୍କ ଧ୍ୟାନ ରଖନ୍ତୁ। ସେମାନଙ୍କ ଯତ୍ନ ନିଅନ୍ତୁ ବୋଲି ସଚିନ କହିଛନ୍ତି।