ମାତୃଭୂମିର ମନ୍ତ୍ରଦାତା

ସୀତାଂଶୁ ମୋହନ ଦ୍ୱିବେଦୀ

ମଧୁସୂଦନ ଦାସ ଜନ୍ମଭୂମିକୁ ମାତୃସ୍ବରୂପା ଜନନୀ ରୂପେ ଆବାହନ କରିଥିଲେ। ଉତ୍କଳର ମିଶ୍ରଣ ଆନ୍ଦୋଳନପାଇଁ ବ୍ୟାକୁଳ ଥିବା ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କର ରାଜନୈତିକ ପରମ୍ପରା। ସବୁଥିରେ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ, ସେ ଥିଲେ ଓଡ଼ିଶାର ଉଚ୍ଚପଦାଧିକାରୀ। ସେ ଥିଲେ ପ୍ରଥମ ଗ୍ରାଜୁଏଟ୍‌ ଓ ପ୍ରଥମ ଏମ.ଏ.। ସେ ଥିଲେ ଓଡ଼ିଶାର ପ୍ରଥମ ବିଲାତଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ। ସେ ମଧ୍ୟ ଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବି କରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ। ଛୋଟ ଲାଟ୍‌ସଭା ଓ ବଡ଼ ଲାଟ୍‌ସଭାରେ ସେ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ। ସେ ମଧ୍ୟ ଥିଲେ ପ୍ରଥମ ଭାରତୀୟ ଖ୍ରୀଷ୍ଟିଆନ ମଣ୍ଡଳର ସଭାପତି।
ଜଣେ ଆଇନଜୀବୀ, ପାର୍ଲାମେଣ୍ଟାରିଆନ, ବିଧାୟକ, ତଥା ଦେଶ ବତ୍ସଳ ନେତାରୂପେ ମଧୁସୂଦନଙ୍କ ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ଓ ଗରିମାମୟ ଥିଲା, ଯାହା ଦେଶବାସୀଙ୍କୁ କାଳକାଳ ଲାଗି ମାର୍ଗଦର୍ଶନ କରୁଥିବ। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାର ସତ୍ତା ତିଷ୍ଠି ରହିଥିବ, ଉତ୍କଳଗୌରବ ମଧୁବାବୁ ମୃତ୍ୟୁଞ୍ଜୟୀ ହୋଇରହିଥିବେ। ତେବେ ଜାଗ୍ରତପ୍ରହରୀ ମଧୁସୂଦନଙ୍କର ଓଡ଼ିଶାପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ରମର୍ଯ୍ୟାଦା ପାଇବାରୁ ସେ ବଞ୍ଚତ୍ତ ହୋଇଛନ୍ତି, ସେଥିପାଇଁ ସମସ୍ତ ଓଡ଼ିଆ ମଧୁବାବୁଙ୍କ ଜନ୍ମଦିବସକୁ ଓକିଲ ଦିବସରେ ସୀମିତ ନ ରଖି ତାଙ୍କ ନୀତି, ଆଦର୍ଶ, ବହୁମୁଖୀ ପ୍ରତିଭାରେ ଅନୁପ୍ରାଣିତ ହେବା ଉଚିତ। ଏହାସହ ମଧୁବାବୁଙ୍କ ଜନ୍ମଦିବସକୁ ରାଷ୍ଟ୍ରଦିବସ ରୂପେ ପାଳନ କଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ମଧୁବାବୁଙ୍କ ଜୀବନ ଇତିହାସରୁ ଉପନୀତ ହୁଏ ଯେ ଜଣେ ଆଇନଜୀବୀର ଭୂମିକା କେବଳ କୋର୍ଟ କଚେରି ପରିସର ଭିତରେ ସୀମିତ ନୁହେଁ। ଜଣେ ଆଇନଜୀବୀର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ସମାଜ ତଥା ଦେଶର ଉନ୍ନତି ଅଗ୍ରଗତି ପାଇଁ ପରିବ୍ୟାପ୍ତ। ମଧୁବାବୁ ନିଜକୁ ଜଣେ ସୁଦକ୍ଷ ଆଇନଜ୍ଞ ହିସାବରେ ପ୍ରତିଷ୍ଠିତ କରିଥିଲେ। ସେ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟ ସାଧକ, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଶିଳ୍ପୋଦ୍ୟୋଗୀ, କଳାପ୍ରେମୀ, ଶିକ୍ଷାବିତ୍‌, ଦାର୍ଶନିକ, ବ୍ୟବସ୍ଥାପକ ଓ ସମଗ୍ର ଭାରତବର୍ଷର ଜଣେ ଅଗ୍ରଗାମୀ ଚିନ୍ତାନାୟକ, ଜନନାୟକ ଏବଂ ରାଷ୍ଟ୍ରନାୟକ।
ମଧୁସୂଦନ ଯେଉଁ ଅନୁଷ୍ଠାନଗୁଡ଼ିକର ପ୍ରତିଷ୍ଠାତା ଥିଲେ ସେଗୁଡ଼ିକ ହେଉଛି ଉତ୍କଳ ସମ୍ମିଳନୀ (୧୯୦୩), ଓଡ଼ିଆ ସାହିତ୍ୟ ମଞ୍ଚ ଉତ୍କଳ ସାହିତ୍ୟ ସମାଜ (୧୯୦୩), ନିଖିଳ ଉତ୍କଳ ଛାତ୍ର ସଂଗଠନ (୧୯୦୩), କୃଷକମାନଙ୍କ ସୁରକ୍ଷାର ପ୍ରଥମ ଅନୁଷ୍ଠାନ ପ୍ରଜା ପରିଷଦ (୧୯୦୯), ଉତ୍କଳ ଟ୍ୟାନେରି (୧୯୦୫), ତାଳଗୁଡ଼ ସଂସ୍ଥା (୧୯୦୪), ନାରୀ ଜାଗରଣ ପାଇଁ ବାଳିକା ଉଚ୍ଚବିଦ୍ୟାଳୟ (୧୯୦୮), ତନ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (୧୯୦୫), ତାରକସି ଶିଳ୍ପର ଉନ୍ନତି ପାଇଁ ଓଡ଼ିଶା ଆର୍ଟ ୱେର ୱାର୍କସ ପ୍ରତିଷ୍ଠାନ (୧୮୯୭), ପ୍ରାଦେଶିକ ସ୍ତରରେ କ୍ରୀଡ଼ାର ଉନ୍ନୟନ ଓ ସଂଗଠନ ପାଇଁ ଓଡ଼ିଶା ସ୍ଥାୟୀ ରଙ୍ଗମଞ୍ଚ (୧୮୮୭), ବିହାରୀବାଗ୍‌ରେ ପ୍ରଥମ ଶାସ୍ତ୍ରୀୟ ଓଡ଼ିଶା ସଙ୍ଗୀତ ଆସର (୧୮୮୨) ଇତ୍ୟାଦି।
ମଧୁସୂଦନ ଥିଲେ ସ୍ବଦେଶୀ ଶିଳ୍ପ ଆନ୍ଦୋଳନର ପ୍ରଥମ ପ୍ରବର୍ତ୍ତକ। ମହାତ୍ମା ଗାନ୍ଧୀଙ୍କ ଭାରତୀୟ ରାଜନୀତିରେ ଆବିର୍ଭାବର ବହୁପୂର୍ବରୁ ତାଙ୍କର ପରିକଳ୍ପିତ ଆର୍ଥିକ ଓ ସାମାଜିକ ବିକାଶର କାର୍ଯ୍ୟକ୍ରମକୁ ଦେଶର ଜଣେ କ୍ରାନ୍ତିକାରୀ ଅଗ୍ରଦୂତ ରୂପେ ମଧୁସୂଦନ ରୂପାୟିତ କରିଥିଲେ ଓଡ଼ିଶା ମାଟିରେ, ଯେପରିକି ଲବଣ ଶିଳ୍ପ ସଂରକ୍ଷଣ (୧୮୯୬), ସ୍ବଦେଶୀ ଶିଳ୍ପ ଜାଗରଣ (୧୮୯୬), ଗ୍ରାମ୍ୟଶିଳ୍ପର ବିକାଶ (୧୯୦୫), ଅସ୍ପୃଶ୍ୟତା ନିବାରଣ (୧୯୦୦), ଉନ୍ନତ କାରଖାନାର ପ୍ରବର୍ତ୍ତନ ଓ ପ୍ରସାର (୧୯୦୨) ଆଦି କାର୍ଯ୍ୟକ୍ରମ ମାଧ୍ୟମରେ।
ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ତାଙ୍କର ଗୌରବୋଜ୍ଜ୍ୱଳ ଅବଦାନ ହେଲା ବ୍ରିଟିଶ ସରକାରଙ୍କ କୂଟଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଓ ଗଜପତି ପରମ୍ପରାକୁ ସ୍ବୀକୃତି ପ୍ରଦାନର ମହନୀୟ ବ୍ୟବସ୍ଥା ଗ୍ରହଣ। ମଧୁସୂଦନଙ୍କ ଦ୍ୱାରା ଓଡ଼ିଆରେ ପ୍ରକାଶିତ ପ୍ରବନ୍ଧ, ଟୀକା-ଟିପ୍ପଣୀ, ସମାଜର ସମସ୍ୟା ଏବଂ ସମାଧାନ ସମ୍ବଳିତ ଅତ୍ୟନ୍ତ ଭାବଗର୍ଭକ ଓ ଚିତ୍ତାକର୍ଷକ ଥିଲା। ତାଙ୍କ ସମ୍ପାଦନାରେ ‘ଓଡ଼ିଆ’ ନାମକ ଏକ ଇଂଲିଶ ସାପ୍ତାହିକ ଖବରକାଗଜ ପ୍ରକାଶିତ ହୋଇଥିଲା। ‘ଓଡ଼ିଆ’ ପତ୍ରିକା ଥିଲା ସେତେବେଳର ଓଡ଼ିଶାର ଜନଜୀବନ, ସାମାଜିକ ଓ ରାଜନୈତିକ ଇତିହାସର ମୁଖପତ୍ର। ଏହା ପୂର୍ବରୁ ମଧୁବାବୁ ‘Star of Utkal’ ନାମକ ଏକ ସାପ୍ତାହିକ ଖବରକାଗଜରେ ନିଜର ପ୍ରବନ୍ଧମାନ ପ୍ରକାଶ କରୁଥିଲେ।
ମହିଳାମାନଙ୍କୁ କୋର୍ଟ କଚେରିରେ ସାହାଯ୍ୟ କରିବା ନିମନ୍ତେ ଶୈଳବାଳାଙ୍କ ସାନଭଉଣୀ ସୁଧାଂଶୁବାଳାଙ୍କୁ ମଧୁବାବୁ ‘ଲ’ ପଢ଼ାଇ ଥିଲେ ଓକିଲ କରିବାକୁ। କିନ୍ତୁ Legal Practitioner’s Actରେ ମହିଳାମାନେ ଓକିଲ ହେବା ଆଇନ ନ ଥିବାରୁ ସୁଧାଂଶୁବାଳାଙ୍କ ଓକିଲ ଲାଇସେନ୍ସ ପାଇଁ ଦରଖାସ୍ତକୁ ନାକଚ କରିଦିଆଗଲା। ମଧୁବାବୁ ସେଥିପାଇଁ ମକଦ୍ଦମା କରି ପ୍ରିଭି କାଉନ୍‌ସିଲ ପର୍ଯ୍ୟନ୍ତ ମକଦ୍ଦମା ଲଢ଼ି ଡିଗ୍ରୀ କରି ଭାରତ ସରକାରଙ୍କ ଦ୍ୱାରା ଆଇନ ପ୍ରଣୟନ କରାଇ ଥିଲେ ‘ଭାରତରେ ମହିଳାମାନେ ଓକିଲ ହୋଇ ପାରିବେ’। ମଧୁବାବୁ ମନ୍ତ୍ରୀ ଥିଲା ବେଳେ Local Self Government Act (ମ୍ୟୁନିସିପାଲିଟି ଆକ୍ଟ) ପ୍ରଣୟନ କରିଥିଲେ। ସେହି ଆକ୍ଟ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ସମଗ୍ର ଭାରତରେ ଆଇନଜୀବୀ ଗୋଷ୍ଠୀଙ୍କ ପାଇଁ ମଧୁସୂଦନଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା, ଭାରତୀୟ ନାରୀଙ୍କୁ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ପ୍ରଦାନ।
ଆଇନରେ ପାରଦର୍ଶିତାଲାଭ କରିଥିବା ସଚେତନ ଆଇନଜୀବୀ ଗୋଷ୍ଠୀଙ୍କ ସମ୍ମୁଖରେ ସେ ପ୍ରତିଭାତ ହୋଇଛନ୍ତି ମୁକ୍ତିର ପ୍ରତୀକ ରୂପରେ। ଏଣୁ ଜଣେ ଆଇନଜୀବୀ, ଆଇନଜ୍ଞ, ପାର୍ଲାମେଣ୍ଟାରିଆନ, ବିଧାୟକ ତଥା ଦେଶବତ୍ସଳ ନେତାରୂପେ ମଧୁସୂଦନ ଦାସଙ୍କର ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ଓ ଗରିମାମୟ ଥିଲା, ଯାହା ଦେଶବାସୀଙ୍କୁ କାଳକାଳ ଲାଗି ମାର୍ଗଦର୍ଶନ କରୁଥିବ। ତେଣୁ, ମଧୁସୂଦନ ହେଉଛନ୍ତି ଓଡ଼ିଶାର ଚିରକାଳର ବର୍ତ୍ତମାନ, ଯାହାଙ୍କର ନିରବଚ୍ଛିନ୍ନ ଅବଦାନ ଆଉ ଅବସ୍ଥିତି ରାଜ୍ୟକୁ ମହିମା ମଣ୍ଡିତ କରିଛି।
ମଧୁବାବୁଙ୍କ ଜନ୍ମଦିବସକୁ ବାର୍‌ କାଉନସିଲ ନିଷ୍ପତ୍ତି କ୍ରମେ ଓଡ଼ିଶାର ସବୁ ବାର୍‌ ଆସୋସିଏଶନ ୧୯୯୮ ମସିହାରୁ ପ୍ରତିବର୍ଷ ଓକିଲ ଦିବସ ଭାବେ ପାଳନ କରି ଆସୁଛି। ମଧୁବାବୁଙ୍କ ନାମରେ ପ୍ରତିଷ୍ଠିତ ଓକିଲମାନଙ୍କୁ ମଧ୍ୟ ମଧୁଜ୍ୟୋତି ଏବଂ ମଧୁ ସମ୍ମାନରେ ସମ୍ମାନିତ କରାଯାଉଛି। ତେବେ ସାମ୍ପ୍ରତିକ ସମୟରେ ଯେଉଁଠାରେ ଓଡ଼ିଶାର କୌଣସି ସମସ୍ୟା ସମ୍ପର୍କରେ ଆଲୋଚନା ହୁଏ ସେଠାକୁ ମଧୁବାବୁଙ୍କ ନାମ ସ୍ବତଃ ଚାଲିଆସେ।
ପୂର୍ବତନ ସଭ୍ୟ, ରାଜ୍ୟ ଆଇନଜୀବୀ
ପରିଷଦ, ଓଡ଼ିଶା
ମୋ: ୯୯୩୭୦୮୦୦୦୧


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri