Categories: ଜାତୀୟ

ମାତୋଶ୍ରୀ ସାମ୍ନାରେ ପୋଷ୍ଟର ଲାଗିଲା ଆଦିତ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଇତିମଧ୍ୟରେ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ବୋଲି ପୋଷ୍ଟର ଲାଗିଛି। ଏଥିରେ ଆଦିତ୍ୟଙ୍କ ଫଟୋ ସହ ଲେଖା ଅଛି, ମୋ ବିଧାୟକ ମୋ ମୁଖ୍ୟମନ୍ତ୍ରୀ। ଏହି ପୋଷ୍ଟରଟି ଶିବସେନା କର୍ପୋରେଟର ହାଜି ହଲିମ ଖାଁଙ୍କ ଦ୍ୱାରା ଲଗାଯାଇଛି। ସୂଚନାଯୋଗ୍ୟ, ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ୍ବର୍ଲି ବିଧାନସଭା ଆସନରୁ ଶିବସେନା ଟିକେଟରେ ବିଜୟୀ ହୋଇଛନ୍ତି। ଠାକରେ ପରିବାରର ପ୍ରଥମ ସନ୍ତାନ ଭାବେ ସେ ନିର୍ବାଚନ ଲଢିଥିଲେ। ଏହା ପୂର୍ବରୁ ମଧ୍ୟ ଆଦିତ୍ୟ ଠାକରେଙ୍କ ଘର ସାମ୍ନାରେ କେବଳ ଆଦିତ୍ୟ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଯେଉଁ ପୋଷ୍ଟରଟି ଲାଗାଯାଇଥିଲା ଗୁରୁବାର ବ୍ରିହମମୁମ୍ବଇ ମ୍ୟୁନିସପାଲ କର୍ପୋରେଶନ ଏହାକୁ ହଟାଇ ଦେଇଥିଲା। ଆଉ ଏହାପରେ ଏବେ ଯେଉଁ ପୋଷ୍ଟରଟି ଲାଗିଛି ତାକୁ ନେଇ ଚର୍ଚ୍ଚା ଯୋର ଧରିଛି।

Share