ମାତ୍ରାଧିକ ଆଳୁ ଖାଇଲେ ହୋଇଥାଏ…

ଆଳୁ ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥା’ନ୍ତି। ମାତ୍ର ଅଧିକ ଆଳୁ ଖାଇବା ସ୍ବାସ୍ଥ୍ୟ ପକ୍ଷେ  କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ।  ଜାଣନ୍ତୁ ଏ ସମ୍ପର୍କରେ…

ଓଜନ ବୃଦ୍ଧି :
ଅଧିକ ଆଳୁ ଖାଇବା ଦ୍ବାରା ଶରୀରର ଓଜନ ବୃଦ୍ଧି ହୋଇଥାଏ। ଏହା ସହିତ ମେଦବହୁଳତା  ଦେଖାଦେଇଥାଏ।

ଡାଇବେଟିସ୍‌ :
ଆଳୁରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହୋଇଥାଏ। ଫଳରେ ରକ୍ତରେ ଶର୍କରା ପରିମାଣ ବଢ଼ି ସମ୍ପୃକ୍ତ ବ୍ୟକ୍ତି ଡାଇବେଟିସ୍‌ ରୋଗର ଶିକାର ହୋଇଥାନ୍ତି।

ଉଚ୍ଚ ରକ୍ତଚାପ:
ଏକ ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ୩/୪ରୁ ଅଧିକ ଥର ଆଳୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଅନିୟନ୍ତ୍ରିତ ହୋଇଥାଏ।