ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର ଆଶଙ୍କା ରହିଛି। ନିକଟରେ ବୋଷ୍ଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ରୋମାଞ୍ଚକର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ଏକ ସର୍ଭେ ଦ୍ୱାରା ସେମାନେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଉକ୍ତ ସର୍ଭେ ସମୟରେ ସେମାନେ ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଗ୍ରୁପ୍‌ରେ ବିଭକ୍ତ କରିଥିଲେ। ସାଧାରଣ ଭାବରେ ଫଳମୂଳ ଖାଇଥିବା ବ୍ୟକ୍ତିମାନଙ୍କୁ ଗୋଟିଏ ଗ୍ରୁପ୍‌ ଏବଂ ଆବଶ୍ୟକତାଠାରୁ ଅଧିକ ଫଳମୂଳ ଖାଉଥିବା ବ୍ୟକ୍ତିମାନଙ୍କୁ ଆଉ ଏକ ଗ୍ରୁପ୍‌ରେ ରଖାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ଫଳମୂଳ ଖାଉଥିଲେ ସେମାନଙ୍କ ଠାରେ ଅବସାଦଜନିତ ସମସ୍ୟା ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସେମାନଙ୍କର ମାନସିକତା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।