ମାତ୍ର ଅଧ ଘଣ୍ଟାଏ…

ଏବେ ଶୀତ ଦିନ। ମାତ୍ର ଅଧଘଣ୍ଟାଏ, କଅଁଳ ଖରା ବସନ୍ତୁ। ମିଳିବ ଅନେକ ଫାଇଦା। ବିଭିନ୍ନ ସମୟରେ ଚିକିତ୍ସା ବିଜ୍ଞାନୀମାନେ ଏପରି ପରାମର୍ଶ ଦେଇଥାନ୍ତି। କଅଁଳ ଖରାରେ କିଛି ସମୟ ବିତାଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ହାର୍ଟଆଟାକରୁ ମିଳିଥାଏ ମୁକ୍ତି। ସେହିପରି କଅଁଳ ଖରାରେ ଥିବା ଭିଟାମିନ୍‌ ଡି ଆଣ୍ଠୁଗଣ୍ଠି ସମସ୍ୟାକୁ ଦୂରେଇ ଦେଇଥାଏ। ନିୟମିତ କଅଁଳ ଖରାରେ ବସିଲେ ଶରୀରର ଭିଟାମିନ୍‌ ଡି ପରିମାଣ ବୃଦ୍ଧି ପାଇଥାଏ। ଆଉ ଏହା ଇନସୁଲିନ୍‌ସ୍ତରକୁ ନିୟନ୍ତ୍ରିତ କରିଥାଏ। ରକ୍ତଶର୍କରା ସ୍ବାଭାବିକ ହେବା ସହ ଡାଇବେଟିସ୍‌ ହେବାର ଆଶଙ୍କା ମଧ୍ୟ କମିଯାଏ।