ମାତ୍ର ୧୨ ଘଣ୍ଟା ମଧ୍ୟରେ ଷ୍ଟାର ପାଲଟି ଯାଇଥିଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ବଲିଉଡ୍‌ରେ ପ୍ରଥମେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଏହାପରେ ତାଙ୍କୁ ମିଳିଥିଲା ଷ୍ଟାର ମାନ୍ୟତା। ତାଙ୍କ ଅଭିନୀତ ଫିଲ୍ମ ଆନନ୍ଦକୁ ଗୁରୁବାର ୪୮ ବର୍ଷ ପୂରିଛି। ଏହି ଫିଲ୍ମଟି ୧୯୭୧ ମାର୍ଚ୍ଚ ୧୨ରେ ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବା ଦିନ ସକାଳ ପର୍ଯ୍ୟନ୍ତ ଅମିତାଭଙ୍କୁ ନେଇ ବଲିଉଡ୍‌ରେ କୌଣସି ଚର୍ଚ୍ଚା ନ ଥିଲା। ତେବେ ସନ୍ଧ୍ୟାବେଳକୁ ସେ ପାଲଟି ଯାଇଥିଲେ ଷ୍ଟାର। ମାତ୍ର ୧୨ ଘଣ୍ଟା ମଧ୍ୟରେ ସେ ଷ୍ଟାର ପାଲଟି ଯାଇଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ବିଗ୍‌ ବି ନିଜର ଅଭିଜ୍ଞତା ସମ୍ପର୍କରେ ଟୁଇଟରରେ ଶେୟାର କରିଛନ୍ତି। ଆନନ୍ଦ କିଭଳି ତାଙ୍କ କ୍ୟାରିଆରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲା ସେ ନେଇ ବିଗ୍‌ ବି ସୂଚନା ଦେଇଛନ୍ତି।

Share