ଲକ୍ଷ୍ମୌ, ୨୪।୫: ରାଜନୀତିରେ ବିଜୟ-ପରାଜୟ ତ ଲାଗିରହିଛି, କିନ୍ତୁ ଯଦି ଅଳ୍ପ ବ୍ୟବଧାନରେ ପରାଜୟ ଭୋଗିବାକୁ ପଡେ ତେବେ ମନ କଷ୍ଟ ହେବ ନିଶ୍ଚୟ। ସେମିତି ଏକ ଦୃଶ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ମାତ୍ର ୧୮୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶର ମଛଲୀ ସହର ଆସନରୁ ନିର୍ବାଚନ ଲଢୁଥିବା ତ୍ରିଭୁବନ ରାମ ଭାଜପାର ଭୋଳାନାଥଙ୍କଠାରୁ ପରାଜୟ ଭୋଗିବାକୁ ପଡିଛି। ଭୋଳାନାଥଙ୍କୁ ୪ ଲକ୍ଷ ୮୮ହଜାର ୩୯୭ଖଣ୍ଡ ଭୋଟ ମିଳିଥିବାବେଳେ ତ୍ରିଭୁବନଙ୍କୁ ୪ଲକ୍ଷ ୮୮ହଜାର ୨୧୬ଖଣ୍ଡ ଭୋଟ ମିଳିଛି।