Categories: ଜାତୀୟ

ମାତ୍ର ୨ ଟଙ୍କା ଦାଖଲ କରି ଭିଭିପାଟ୍‌କୁ କରିହେବ ଚ୍ୟାଲେଞ୍ଜ୍‌: ଅଭିଯୋଗ ଭୁଲ୍‌ ସାବ୍ୟସ୍ତ ହେଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୮।୪: ଭୋଟ ଗ୍ରହଣରେ ଇଭିଏମ୍‌ ଏବଂ ଭିଭିପାଟ୍‌ର କାର୍ଯ୍ୟକାରୀତା ନେଇ ଅଧିକାଂଶ ସମୟରେ କେତେକ ଅଭିଯୋଗ ଆଣିଥାନ୍ତି। ତେବେ ଏସବୁ ଭୋଟିଂ ମେସିନ୍‌ର କାର୍ଯ୍ୟକାରୀତା ସମ୍ପର୍କରେ ଅଭିଯୋଗ ପାଇଁ ୨୦୧୭ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏମ୍‌-୩ ମେସିନ୍‌ ନିର୍ମାଣ କରାଯିବା ସହିତ ଏହାକୁ ଚ୍ୟାଲେଞ୍ଜ୍‌ କରିହେବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ମାତ୍ର ୨ ଟଙ୍କା ଦାଖଲ କରି ଏହାର କାର୍ଯ୍ୟକାରୀତାକୁ ଭାରତୀୟ ନାଗରିକ ଚ୍ୟାଲେଞ୍ଜ୍‌ କରିପାରିବେ। ତେବେ ଭାରତୀୟ ପିଙ୍ଗଳ କୋଡ ଧାରା ୧୭୭ ଅନୁସାରେ ଏହି ଅଭିଯୋଗ ଭୁଲ୍‌ ପ୍ରମାଣିତ ହେଲେ ଅଭିଯୋଗକାରୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶ କରାଯିବ। ଅଭିଯୋଗକାରୀଙ୍କ ବିରୋଧରେ ୧୯୫୧ ଲୋକପ୍ରତିନିଧିତ୍ୱ ଅଧିନିୟମ ଧାରା ୨୬ ଅନ୍ତର୍ଗତ ମାମଳା ଦାଏର କରାଯିବାର ଆଇନ ରହିଛି।

Share