ମାତ୍ର ୩ ସେକେଣ୍ଡ୍‌ରେ ଲୋକଙ୍କୁ ସାନିଟାଇଜ୍‌ କରୁଛି ସୁଡ଼ଙ୍ଗ

ଚେନ୍ନାଇ,୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏଥିରୁ ଦୂରେଇ ରହିବା ପାଇଁ ସାନିଟାଇଜରର ବ୍ୟବହାର ଏବଂ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ସମଗ୍ର ଶରୀର ସାନିଟାଇଜ୍‌ କରିବା ପାଇଁ ତାମିଲନାଡୁର ତିରୁପୁର ଜିଲାରେ ଏକ ସାନିଟାଇଜ୍‌ ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏହି ସୁଡ଼ଙ୍ଗ ଲୋକଙ୍କୁ ମାତ୍ର ୩ ସେକେଣ୍ଡ୍‌ରେ ସାନିଟାଇଜ୍‌ କରିପାରୁଛି। ଏହାକୁ ୯୦ ହଜାର ଟଙ୍କାରେ ଭାରତୀୟ ଶିଳ୍ପ ସଂଘ(ସିଆଇଆଇ)ର ଯୁବ ବାହିନୀ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ନିର୍ମିତ ହୋଇଛି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି ଡିସ୍‌ଇନଫେକଶନ୍‌ ଟନେଲର ନିର୍ମାଣ କରାଯାଇଥିବା ସ୍ଥାନୀୟ ଜିଲାପାଳ ବିଜୟା କାର୍ତ୍ତିକେୟ ସୂଚନା ଦେଇଛନ୍ତି। ସୁଡ଼ଙ୍ଗରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ଉପରେ ୩ ସେକେଣ୍ଡରୁ ୫ ସକେଣ୍ଡ ପର୍ଯ୍ୟନ୍ତ ସାନିଟାଇଜର ସ୍ପ୍ରେ ହୋଇଥାଏ। ଏକକାଳୀନ ଏହା ୧୬ ଘଣ୍ଟା ପର୍ଯ୍ୟନ୍ତ ସାନିଟାଇଜର ସ୍ପ୍ରେ କରିବାକୁ ସକ୍ଷମ ବୋଲି ଜିଲାପାଳ କହିଛନ୍ତି।

Share