Categories: ଖେଳ

ମାତ୍ର ୫୦ ଟଙ୍କା ଦେଇ ଷ୍ଟାଡିୟମରେ ବସି କୋହଲି, ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂର ମଜା ଉଠାଇପାରିବେ ଦର୍ଶକ

କୋଲକାତା,୨୨।୧୦:ଟେଷ୍ଟ କ୍ରିକେଟ ପ୍ରତି ଦର୍ଶକଙ୍କ ଆକର୍ଷଣ ବଢାଇବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌(ସିଏବି) ଏକ ଅଭିନବ ଉପାୟ ଆପଣାଇଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟ ପାଇଁ ସର୍ବନିମ୍ନ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା ରଖାଯାଇଛି। ଅଧିକରୁ ଅଧିକ ଦର୍ଶକ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଆସିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏବି ସେକ୍ରେଟାରୀ ଅଭିଷେକ ଡାଲମିଆ ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ ପାଇଁ ଟିକେଟର ମୂଲ୍ୟ ୫୦ରୁ ଆରମ୍ଭ କରି ୧୦୦, ୧୫୦ ଏବଂ ୨୦୦ ରଖାଯାଇଛି। ସୂଚନାଯୋଗ୍ୟ, ନଭେମ୍ବରେ ବାଲାଂଦେଶ ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ।

Share