ମାତ୍ର ୫ ମିନିଟରେ ଚିହ୍ନଟ ହେବେ କରୋନା ପଜେଟିଭ୍‌

ଓ୍ବାଶିଂଟନ,୨୮।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ପଜେଟିଭ୍‌ଙ୍କୁ ଚିହ୍ନଟ କରିବା ପାଇଁ ଲ୍ୟାବ୍‌ରେ କରାଯାଉଥିବା ସ୍ବାବ୍‌ ପରୀକ୍ଷାରେ ଅଧିକ ସମୟ ଲାଗୁଥିବାରୁ ଅସୁବିଧା ହେଉଛି। ତେବେ ଆମେରିକାର ଏବୋଟ୍‌ ଲ୍ୟାବ୍‌ ପକ୍ଷରୁ ଏକ ପୋର୍ଟେବୁଲ୍‌ ଟେଷ୍ଟ୍‌ କିଟ୍‌ ତିଆରି କରାଯାଇଛି। ଏହା ଦ୍ୱାରା ମାତ୍ର ୫ ମିନିଟରେ କରୋନା ପଜେଟିଭ୍‌ଙ୍କୁ ଚିହ୍ନଟ କରାଯାଇପାରିବ। ଏନେଇ ଏବୋଟ୍‌ ଲ୍ୟାବ୍‌ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହି ପୋର୍ଟେବୁଲ୍‌ କିଟ୍‌କୁ ଆମେରିକା ଫୁଡ୍‌ ଆଣ୍ଡ ଡ୍ରଗସ୍‌ ଆଡମିନିଷ୍ଟ୍ରେଶନର ସ୍ବୀକୃତି ମଧ୍ୟ ମିଳିଛି। ଆସନ୍ତା ସପ୍ତାହଠାରୁ ଏହି କିଟ୍‌କୁ ହସ୍ପିଟାଲକୁ ଯୋଗାଇ ଦିଆଯିବ। ଟୋଷ୍ଟର ଆକାରର ଏହି କିଟ୍‌ରେ ମଲିକ୍ୟୁଲାର ଟେକ୍ନୋଲୋଜିର ଉପଯୋଗ କରାଯାଇଛି। ଏହା କରୋନା ନେଗେଟିଭ୍‌ ରେଜଲ୍ଟ ମାତ୍ର ୧୩ ମିନିଟରେ ଦେବାକୁ ସକ୍ଷମ ବୋଲି ଏବୋଟ୍‌ର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ଅଧିକାରୀ ରବୋର୍ଟ ଫୋର୍ଡ ସୂଚନା ଦେଇଛନ୍ତି। ତେବେ ଏହାକୁ ଭାରତକୁ ରପ୍ତାନୀ କରାଯିବ କି ନାହିଁ ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁ।

Share