Categories: ଖେଳ

ମାତ୍ର ୯ମ ଯାଏ ପଢିଛନ୍ତି ଭାରତର ଏହି ଷ୍ଟାର୍‌ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ପାଠ ପଢ଼ାରେ ସେତେଟା ଭଲ ନୁହନ୍ତି। ଭାରତୀୟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ନବମ ଶେଣୀ ଯାଏ ପାଠ ପଢିଛନ୍ତି। ତାଙ୍କ ପିତା ହିମାଂଶୁ ପାଣ୍ଡ୍ୟା ଜଣେ ଛୋଟ ବ୍ୟବସାୟୀ ଥିଲେ। ଘରର ଆର୍ଥିକ ଅବସ୍ଥା ଏତେଟା ସ୍ବଚ୍ଛଳ ନ ଥିଲା। ତଥାପି ହାର୍ଦ୍ଦିକଙ୍କ ପିତା ତାଙ୍କୁ କ୍ରିକେଟ୍‌ ଟ୍ରେନିଂ ଦେବା ପାଇଁ ଟଙ୍କା ସଞ୍ଚୟ କରିଥିଲେ। ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଲେ, ମୋର କ୍ରିକେଟ ଖେଳିବାକୁ ଆଦୌ ଇଚ୍ଛା ନ ଥିଲା। ବଡ ଭାଇଙ୍କ କ୍ରିକେଟ ପ୍ରତି ଥିବା ରୁଚି ତାଙ୍କୁ କ୍ରିକେଟ ପଡିଆକୁ ଟାଣିଆଣିଥିଲା ବୋଲି ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଥିଲେ। ମାତ୍ର ୯ମ ଯାଏ ପାଠ ପଢିବା ପରେ ଆଉ ପଢିବାକୁ ଇଚ୍ଛା ନାହିଁ ବୋଲି ଘରେ କହିଥିଲେ। ଏଥିରେ ଘର ଲୋକ ରାଜି ହୋଇ ନ ଥିଲେ। ହାର୍ଦ୍ଦିକ ଲୁଚିଛପି ଗାଁରେ କ୍ରିକେଟ ଖେଳି ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିଲେ। ଜିଲାସ୍ତରୀୟ କ୍ରିକେଟ ପାଇଁ ମନୋନୀତ ହୋଇଥିଲେ। ଏହାପରେ ଆଇପିଏଲ ଖେଳିଥିଲେ।

Share