ମାଧପୁରରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଦାବି

ମାଧପୁର,୯।୨: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।
ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁଇଟି ହାତୀ ଜଙ୍ଗଲରୁ ତିତିରିକଟା ରାସ୍ତା ଦେଇ ମାଧପୁର ବଜାର ଅଭିମୁଖେ ଆସିଥିଲ। ସେଠାରୁ ମାଧପୁର ପଡ଼ିଆ, ରଞ୍ଜନା ଓ ଗଦାଧରପୁର ଦେଇ ଜଙ୍ଗଲ ଅଭିମୁଖେ ଯାଇଥିବା ଜଣାପଡ଼ିଛି।ଏହି ସମୟରେ ପଡ଼ିଆ ନଷ୍ଟ କରିବା ସହିତ କିଛି ଲୋକଙ୍କ ଖଳାରେ ଥିବା ଧାନ ଖାଇଛନ୍ତି। ପିଆଜ ଚାଷ ଜମିକୁ ଦଳି ଦେଇଛନ୍ତି। କେତେକ ଲୋକଙ୍କ ବାଡ଼ିରୁ କଦଳୀ ଗଛ, ପାଳଗଦା ଆଦି ନଷ୍ଟ କରିଛନ୍ତି। ହାତୀ ଗାଁ ଅଭିମୁଖୀ ହେବା ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏ ନେଇ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି ।

Share