ମାଧପୁର,୮।୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ବଜାରରେ ବୁଧବାର ବନ୍ଦର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳିଛି। ସବୁଦିନ ପରି ଦୋକାନ ବଜାର ଖୋଲା ରହିଛି। ଯାତ୍ରୀବାହୀ ବସ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ିମୋଟର ଯିବା ଆସିବା ଲାଗିରହିଛି। ଆଜି ମାଧପୁର ହାଟ ଥିବାରୁ ବାହାରୁ ବ୍ୟବସାୟୀମାନେ ମଧ୍ୟ ଆସିବାରେ କୌଣସି ଅସୁବିଧା ହେଉ ନ ଥିବାର ପରିଲକ୍ଷିତ ହେଉଛି। କିଛି ବିଦ୍ୟାଳୟ କାଲିଠାରୁ ଛୁଟି ଘୋଷଣା କରିଥିବା ବେଳେ ଆଉ କିଛି ବିଦ୍ୟାଳୟ ଉପରିସ୍ଥ ଅଧିକାରୀଙ୍କଠାରୁ ଆଜି ଖବର ପାଇ ବନ୍ଦ କରିଥିବାର ଦେଖିବାକୁ ମିଳିଛି।