ଚେନ୍ନାଇ,୧୦।୬: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ନାମକ ଜଣେ ବ୍ୟକ୍ତି ଏବେ ମାନବିକତାର ଏକ ବଳିଷ୍ଠ ଉଦାହରଣ ପାଲଟି ଯାଇଛନ୍ତି। ୪୫ ଜଣ ଏଚ୍ଆଇଭି ଆକ୍ରାନ୍ତ ପିଲାଙ୍କୁ ସୋଲୋମନ ଏବେ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏହି ପିଲାମାନଙ୍କୁ ସେମାନଙ୍କ ଘର ଲୋକ ଗ୍ରହଣ ନ କରିବା ପରେ ସୋଲୋମନ ଏମାନଙ୍କର ‘ଆପ୍ପା’ ହୋଇ ନିଜେ ଗର୍ବିତ ବୋଲି କହିଛନ୍ତି। ପିଲାମାନଙ୍କର ସମସ୍ତ ଆବଶ୍ୟତାକୁ ସେ ପୂରଣ କରିବେ ବୋଲି କହିଛନ୍ତି। ଏହା ମୋ ପାଇଁ ଏକ ବଡ ଦାୟିତ୍ୱ ବୋଲି ସେ ମତ ରଖିଛନ୍ତି।