ମାନବିକତାର ବାର୍ତ୍ତା ଦେଲେ ଯୁବ ସ୍ବେଚ୍ଛାସେବୀ: କୁଷ୍ଠରୋଗୀଙ୍କ ଘା’ ସଫା କଲେ

ବଲାଙ୍ଗୀର ଅଫିସ, ୨୨ା୭: ବଲାଙ୍ଗୀର ସୁଦପଡାସ୍ଥିତ କୁଷ୍ଠ କଲୋନୀରେ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏକ ମହତ୍‌ ସେବା କାର୍ଯ୍ୟ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଫାଉଣ୍ଡେସନ୍‌ର ୧୫ ଜଣ ଯୁବ ସ୍ବେଚ୍ଛାସେବୀ ରବିବାର କୁଷ୍ଠ କଲୋନୀରେ ପହଞ୍ଚତ୍ ଡ୍ରେସିଂରୁ ବଞ୍ଚତ୍ତ ହୋଇଥିତ୍ବା ଅନ୍ତେବାସୀଙ୍କ ଘା’ରେ ଡ୍ରେସିଂ କରିଛନ୍ତିି। ସୁଦପଡା କୁଷ୍ଠ କଲୋନୀକୁ ସ୍ବାସ୍ଥ୍ୟବିଭାଗର ଏକ ମେଡିକାଲ ଟିମ୍‌ ଯାଇ କୁଷ୍ଠରୋଗୀଙ୍କ ଘା’ ସଫା କରିବା ସହ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିଲେ। ତେବେ ପ୍ରାୟ ୧ ବର୍ଷ ହେବ ମେଡିକାଲ ଟିମ୍‌ କୁଷ୍ଠ କଲୋନୀକୁ ନ ଆସିବାରୁ ସେଠାକାର ଶତାଧିକ ଅନ୍ତେବାସୀ ଅସୁବିଧା ଭୋଗ କରୁଥିଲେ। ସେମାନଙ୍କ ଦେହର ଘା’ ଗୁଡିକ ପଚି ଦୁର୍ଗନ୍ଧଯୁକ୍ତ ହୋଇଥିଲା ା ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଥିଲା। ଏହି ଖବର ପାଇବା ପରେ ବିଙ୍ଗ୍‌ ହ୍ୟୁମାନ୍‌ ଅନୁଷ୍ଠାନ ସମ୍ପାଦକ ବିବେକାନନ୍ଦ ପଟେଲଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ କୁଷ୍ଠ କଲୋନୀରେ ପହଞ୍ଚତ୍ ୧୫ ଜଣ ରୋଗୀଙ୍କ ଘା’ ସଫା କରିବା ସହ ମଲମ ଲଗାଇଥିଲେ। ଏହା ସହିତ ସମସ୍ତଙ୍କୁ ମାଗଣାରେ ଚପଲ ବଣ୍ଟନ କରିଥିଲେ ା ଗତ ୧ ବର୍ଷ ହେଲା ମେଡିକାଲ ଟିମ୍‌ ସେଠାକୁ ଯାଇ ଡ୍ରେସିଂ କରୁ ନ ଥିତ୍ବା ନେଇ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ଜିଲାପାଳଙ୍କୁ ଅବଗତ କରିବା ସହ ଉଚିତ୍‌ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା। ଏ ଦିଗରେ ଜିଲାପାଳ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିତ୍ବା ଅନୁଷ୍ଠାନ ସମ୍ପାଦକ ପଟେଲ ସୂଚନା ଦେଇଛନ୍ତି। ଅନୁଷ୍ଠାନ ସଦସ୍ୟ ବ୍ରଜ ଗୋପାଳ ସିଂ, ଜତିନ୍‌ ନାଏକ, ରୋସନ୍‌ ସୁନା, କର୍ନ୍ଦପ ରଣା, ପ୍ରୀତମ ବରାଡ, ଅନୀଲ ନାଏକ, ସର୍ବେଶ୍ୱର ବିଶି, ଶକ୍ତି, କମଲଜିତ୍‌ ସାହୁ, ସୁଶାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି କୁଷ୍ଠରୋଗୀଙ୍କ ସେବା ଶୁଶ୍ରୁଷା କରିଥିଲେ। ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ସଦସ୍ୟଙ୍କ ଏଭଳି ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାଂସ କରାଯାଇଛି।

Share