ମାନବିକତା ଦେଖାଇଲେ ଜିଲାପାଳ: ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ

ଶେରଗଡ଼,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁ ଗ୍ରାମ ଛକରେ ରବିବାର ପୂର୍ବାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିବ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ଠିକ୍‌ ସେହି ସମୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଆହତଙ୍କୁ ଦେଖି ନିଜ ଗାଡ଼ିରେ ବସାଇ ହିଞ୍ଜିଳି ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସା କରାଇବା ପରେ ଶେରଗଡ଼ ଯାଇଥିଲେ। ଜିଲାପାଳଙ୍କ ଏପରି ମାନବିକତାକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

Share