ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ କରିଥିଲେ। ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ସେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ। ୧୩ ନମ୍ବର ବିଶିଷ୍ଟ ବଡ଼ ସଂଖ୍ୟାର ଗୁଣନ ତଥା ଯେ କୌଣସି ସଂଖ୍ୟାର କ୍ୟୁବ୍ ରୁଟ୍ ସେ ସହଜରେ ସମାଧାନ ଆଖି ପିଛୁଳାକେ କରି ଦେଉଥିଲେ। ୧୯୮୦ ଜୁନ୍ ୧୮ରେ ଲଣ୍ଡନର ଖ୍ୟାତି ସମ୍ପନ୍ନ ଇମ୍ପରିୟଲ କଲେଜର କମ୍ପ୍ୟୁଟର ବିଭାଗରେ ସେ ମାତ୍ର ୨୮ ସେକେଣ୍ଡ ମଧ୍ୟରେ ଏକ କଷ୍ଟସାଧ୍ୟ ଗଣିତ ପ୍ରଶ୍ନର ସମାଧାନ କରିଦେଇଥିଲେ। ୧୯୮୨ରେ ତାଙ୍କର ନାମ ଗିନିଜ୍ ବୁକ୍ରେ ସ୍ଥାନୀତ ହୋଇଥିଲା। ୨୦୧୩ ଏପ୍ରିଲ୍ ୧୩ରେ ବେଙ୍ଗାଲୁରୁଠାରେ ତାଙ୍କର ପରଲୋକ ହୋଇଥିଲା।