Categories: ଜାତୀୟ

ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ: ମୁସଲମାନ୍‌ ମହିଳା କରୁଛନ୍ତି ହନୁମାନଙ୍କ ପୂଜା

ମିରଟ୍‌,୨୪।୭: ଦେଶରେ ସାମ୍ପ୍ରଦାୟିକ ବିଭେଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ମିରଟ୍‌ରେ ବାସ କରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍‌ ପରଭେଜ୍‌ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିସା ପାଠ କରିଥାନ୍ତି। ଏହା ସହିତ ସେ ଘରେ ସମସ୍ତ ହିନ୍ଦୁ ଦେବାବେଦୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ସେ ସମସ୍ତ ଧର୍ମ ଉପରେ ବିଶ୍ୱାସ ରଖନ୍ତି ବୋଲି କୁହନ୍ତି। ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ ଶାହିନ୍‌ କହିଥାନ୍ତି। ସ୍କୁଲରେ ପାଠ ପଢୁଥିବା ସମୟରୁ ସେ ଏଭଳି କରୁଥିବା କହିଛନ୍ତି।

Share