ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା ମିଳିଲେ ପରବର୍ତ୍ତୀ ସମୟରେ ଏହାକୁ କୁକୁର ସମେତ ଅନ୍ୟ ପ୍ରାଣୀଙ୍କଠାରେ ପ୍ରୟୋଗ କରାଯିବାର ଯୋଜନା ରହିଛି। ଏହି ହାଇବ୍ରିଡ୍ ମାଙ୍କଡ଼ ମଣିଷ ଭଳି ଅନେକ କାମ କରିବାକୁ ସକ୍ଷମ ହୋଇପାରିବ ବୋଲି ଗବେଷକ ସୂଚନା ଦେଇଛନ୍ତି। ଏବେ ଗବେଷକ ମାଙ୍କଡ଼ ଜିନ୍ ସହାୟତାରେ ମାନବଠାରେ ଦେଖାଦେଉଥିବା ଅଲଜାଇମର ସମସ୍ୟାର ନିରାକରଣ କରୁଛନ୍ତି। ପୃଥିବୀରେ ଏହି ସମସ୍ୟା ଭୋଗୁଥିବା ୫ ନିୟୁତରୁ ଅଧିକ ଲୋକ ରହିଛନ୍ତି।