ମାନବ ସଭ୍ୟତା ପାଇଁ ସତର୍କଘଣ୍ଟି

ଅକ୍ଷୟ କୁମାର ବଡ଼ସେଠ

ସମୟକ୍ରମେ ମାନବ ସଭ୍ୟତା ସଂପ୍ରତି ବିଜ୍ଞାନ ଯୁଗରେ ପଦାର୍ପଣ କରିଛି। ମନୁଷ୍ୟ ଆଜି ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ବହୁତ କିଛି ସଫଳତା ପାଇଛି ସତ କିନ୍ତୁ ମନୁଷ୍ୟକୃତ ଗୋଟାଏ ଗୋଟାଏ ସାଧାରଣ ଭୁଲ୍‌ ଏ ମାନବ ସମାଜ ପାଇଁ ବିପର୍ଯ୍ୟୟର କାରଣ ସାଜିଛି, ଯାହାକୁ ନିୟନ୍ତ୍ରଣ କରିବା ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ।
ମାନବ ସଭ୍ୟତାର ବିପର୍ଯ୍ୟୟର କେତେକ କାରଣ ରହିଛି। ପ୍ରଥମତଃ ଜନସଂଖ୍ୟା ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ଦ୍ୱାରା ମନୁଷ୍ୟ ନିଜର ସମ୍ବଳର ଆବଶ୍ୟକତା ପୂରଣ ପାଇଁ ଅନବରତ ଜଙ୍ଗଲକୁ ଧ୍ୱଂସ କରିବାରେ ବ୍ୟସ୍ତ। ଖାଦ୍ୟାଭାବ ସଂକଟ ଦୂର କରିବାକୁ ଯାଇ ଅଧିକ ଅମଳ ନିମନ୍ତେ କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିରୁ ରାସାୟନିକ ପଦ୍ଧତି ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି। ପୁନଶ୍ଚ ବର୍ତ୍ତମାନର ସୌଖୀନ ଯୁଗରେ ମନୁଷ୍ୟର ବିଭିନ୍ନ ଚାହିଦା ପୂରଣ ପାଇଁ ଅନେକ କଳକାରଖାନା ସ୍ଥାପନର ଆବଶ୍ୟକତା ଦେଖାଦେଇଛି। ଏତଦ୍‌ ବ୍ୟତୀତ ଏଥିରୁ ନିର୍ଗତ ବିଷାକ୍ତ ଜଳ, ଧୂଆଁର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡୁଛି, ଯାହାଫଳରେ ପ୍ରଦୂଷିତ ଜଳବାୟୁ ମାନବ ସମାଜ ପାଇଁ ଆଜି ଗରଳ ସଦୃଶ୍ୟ। ଦ୍ୱିତୀୟତଃ ବିଜ୍ଞାନର ଅଗ୍ରଗତି ଦ୍ୱାରା ସୌରଜଗତର ସୃଷ୍ଟି ସମ୍ବନ୍ଧରେ ଜାଣିବାର ଜିଜ୍ଞାସା ଏବଂ ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ରର ପରୀକ୍ଷା ନିରୀକ୍ଷା କରିବା ଏଥିପାଇଁ ଉପଗ୍ରହ ପ୍ରେରଣ କରାଯାଉଛି। ତା’ସହିତ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ରମାନ ତିଆରି କରି ତାହାର ପରୀକ୍ଷଣ କରାଯାଉଛି। ଏଥିରୁ ନିର୍ଗତ ବିଷାକ୍ତ ଧୂଆଁର କୁପ୍ରଭାବ ସିଧାସଳଖ ବାୟୁମଣ୍ଡଳ ଉପରେ ପଡ଼ିଥାଏ। ଯାହାଫଳରେ ପୃଥିବୀର ରକ୍ଷାକବଚ ଓଜୋନସ୍ତର କ୍ଷତି ହେବାରେ ଲାଗିଛି।
ଆମେ ନିଶ୍ଚିତ ହେବା ଯେ କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରରେ ରାସାୟନିକ ପଦ୍ଧତିର ବହୁଳ ବ୍ୟବହାର ଏବଂ ପ୍ରଦୂଷଣଯୁକ୍ତ ଜଳବାୟୁ ତଥା ଓଜନ ସ୍ତରର କ୍ଷତି ଯୋଗୁ ଆଗାମୀ ଦିନମାନଙ୍କରେ ମାନବ ସଭ୍ୟତା ବିଭିନ୍ନ ପ୍ରକାର ଅଜଣା ରୋଗର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୁନଶ୍ଚ ପୃଥିବୀର ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ପ୍ରାଣୀ, କୀଟ ପତଙ୍ଗ ତଥା ସରୀସୃପ ମାଂସ ଖାଇଥାନ୍ତି। କିନ୍ତୁ ଚାଇନାବାସୀ ସମସ୍ତଙ୍କଠାରୁ ଟିକିଏ ଅଲଗା। ଯେଉଁ ଦେଶରେ କି ପ୍ରାୟ ସବୁ ପ୍ରକାର ଜୀବଜନ୍ତୁ ମାଂସ ଖାଇଥାନ୍ତି। ଯେଉଁ କାରଣ ପାଇଁ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣଜନିତ ରୋଗର ମୁଖ୍ୟ କାରଣ ରୂପେ ସାରା ବିଶ୍ୱ ନିକଟରେ ଚାଇନା ଆଜି ନିନ୍ଦିତ। ଏହା ପୁଣି ଅନ୍ୟ କେଉଁ କାରଣ ହୋଇପାରେ, ତାହା ସମୟ କହିବ। ଦୈନନ୍ଦିନ ଏହା ଆତି ମାରାତ୍ମକ ରୂପ ଧାରଣ କରି ସାରା ବିଶ୍ୱକୁ କବଳିତ କରିଚାଲିଛି। ବର୍ତ୍ତମାନ ସ୍ଥିତି ଯାହା ମନୁଷ୍ୟ ସମାଜକୁ ଏ ପ୍ରକାର ସଂକଟ ସମୟରେ ମରଣ ମୁଖରୁ ମୁକୁଳାଇବା ପାଇଁ ଚିକିତ୍ସା ବିଜ୍ଞାନ ମଧ୍ୟ ବିଫଳ ସାବ୍ୟସ୍ତ ହେଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜି ସ୍ତବ୍ଧ, ସ୍ଥାଣୁ ପାଲଟି ଯାଇଛି ମାନବ ସଭ୍ୟତା। ମନୁଷ୍ୟର ଜୀବନଯାପନ ଶୈଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସମଗ୍ର ମାନବ ସମାଜ ଆତଙ୍କିତ । ଏସବୁ ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିବାକୁ ବାଧ୍ୟ ହୋଇଛି। ଏହାର ପ୍ରଭାବ ଏତେ ଗମ୍ଭୀର ଯେ, ଉତ୍ପାଦନ, ରପ୍ତାନି, ଗମନାଗମନ, କ୍ରୀଡ଼ା ଜଗତ, ସିନେ ଜଗତ ତଥା ଶିକ୍ଷା ଆଦି ପ୍ରମୁଖ କ୍ଷେତ୍ର ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛିା ଫଳରେ ଭାରତ ଏବଂ ବିଶ୍ୱ ଅର୍ଥନୈତିକ କ୍ଷେତ୍ରରେ ଘୋର ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି।ଅପରପକ୍ଷରେ କଳିଯୁଗର ଧର୍ମ ଅଧର୍ମ ନିକଟରେ ବନ୍ଧାପଡ଼ିଛି। ଧର୍ମ ଆଗରେ ଅଧର୍ମର ଅନ୍ୟାୟ ଅତ୍ୟାଚାର ପାପ ବିଚାର ବଢ଼ିଚାଲିଛି। ଧର୍ମନିକିତି କୁହାଯାଉଥିବା ନ୍ୟାୟାଳୟ ଆଜି ଦିଗହରା। ଫଳତଃ ନ୍ୟାୟାଳୟ ପ୍ରତି ଲୋକଙ୍କର ଆସ୍ଥା ତୁଟି ଯାଉଛି। ମନୁଷ୍ୟ ଆଜି ଅର୍ଥ ଲୋଭରେ ଚୋରି, ଡକାୟତି, ମର୍ଡର, ଦୁର୍ନୀତିଗ୍ରସ୍ତ ତଥା ବିଶ୍ୱାସରେ ବିଷ ଦେବା ଭଳି ପାପକର୍ମରେ ଲିପ୍ତ ରହୁଛି। ଏସବୁ ଅସାମାଜିକ କାର୍ଯ୍ୟକଳାପ ତଥା ଅଧର୍ମୀୟ ବିଚାରଧାରା କ’ଣ ମାନବ ସମାଜ ପାଇଁ ବିପଦ ନୁହେଁ କି। ତେଣୁ ଏହା ମାନବ ସଭ୍ୟତା ପାଇଁ କଳଙ୍କିତ ଅଧ୍ୟାୟ ରୂପେ ସାବ୍ୟସ୍ତ ହୋଇଛି।
ଆଧ୍ୟାତ୍ମିକ ବିଚାରଧାରାନୁସାରେ ମହାମାରୀ କରୋନା ଭଳି ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗ ଏବଂ ଅସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭୃତିକୁ ଭଗବାନଙ୍କ ଲୀଳା ବୋଲି ବିବେଚନା କରୁଥାଏ। ତେବେ ମନୁଷ୍ୟ ଏହାକୁ ସତର୍କତାର ସମୟ ରୂପେ ଗ୍ରହଣ କରିବା ଉଚିତ। ମନୁଷ୍ୟ ଧନ ସମ୍ପତ୍ତି ଲୋଭରେ ଅନ୍ୟାୟ, ଅତ୍ୟାଚାର ଭଳି ଅସାମାଜିକ କାର୍ଯ୍ୟରୁ ନିଜକୁ ନିବୃତ୍ତ କରିବା ଉଚିତ। ପୁନଶ୍ଚ ଏହାକୁ ବିଜ୍ଞାନ ସମ୍ମତ ଦୃଷ୍ଟିରୁ ଯଦି ବିଚାର କରାଯାଏ, ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରି ଜଙ୍ଗଲ ଓ ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ଏବଂ କୃଷିକ୍ଷେତ୍ରରେ ରାସାୟନିକ ପଦ୍ଧତି ଅପେକ୍ଷା ଜୈବିକ ପଦ୍ଧତି ଅବଲମ୍ବନ କରିବା ଆଦି କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ମନୁଷ୍ୟ ପାଇଁ ଅପରିହାର୍ଯ୍ୟ। ଆହୁରି ମଧ୍ୟ ସୌଖୀନ ବୈଦ୍ୟୁତିକ ସାମଗ୍ରୀ ଓ ଯାନବାହନର ଆବଶ୍ୟକତା ଅନୁଯାୟୀ କ୍ରୟ କରିବା, ଯାହାକି ଅଧିକ କମ୍ପାନୀ ସ୍ଥାପନର ଆବଶ୍ୟକତାକୁ ରୋକିପାରିବ।
ଉଭୟ ଦୃଷ୍ଟିକୋଣରୁ ଏପରି ବିପର୍ଯ୍ୟୟ ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି। ତେଣୁ ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ନିଜର ଧ୍ୱଂସ ପୂର୍ବରୁ ଯଥା ସମୟରେ ସଜାଗ ସଚେତନ ହେବା ଉଚିତ। ସେଥିପାଇଁ ମନୁଷ୍ୟ ମାନସିକ ଭାବେ ନିଜେ ନିଜ ପରିବାର, ଅଞ୍ଚଳ, ଦେଶ ତଥା ବିଶ୍ୱସ୍ତରରେ ସାମଗ୍ରିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ସୁବିଚାର, ଉତ୍ତମ ଚିନ୍ତାଧାରା ତଥା ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯାହା କି ମାନବ ସଭ୍ୟତାକୁ ଧ୍ୱଂସ ମୁଖରୁ ରକ୍ଷା କରବ।
ଗୁମା, ତୁମୁଡ଼ିବନ୍ଧ, କନ୍ଧମାଳ
ମୋ: ୯୪୩୯୪୫୫୬୦୨


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri