ମାନସିକତାକୁ ସକାରାତ୍ମକ କରେ ଭିଡିଓଗେମ୍‌

ଆଜିକାଲି ପିଲାମାନେ ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ପ୍ରତି କେତେ ଆକର୍ଷିତ ହେଉଛନ୍ତି ତାହା କହିବା ବାହୁଲ୍ୟ। କେତେଜଣ ପିଲା ଅଧିକାଂଶ ସମୟ ଭିଡିଓଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ତେବେ ଏପରି ଅଭ୍ୟାସର ସମୟ ଅବଧି ରହିବା ନିହାତି ଜରୁରୀ। ନ ହେଲେ ତାହା ଏକ ଅଭ୍ୟାସରେ ପରିଣତ ହେବା ସହ ଏହାଦ୍ୱାରା ସେମାନଙ୍କର ପାଠପଢ଼ା ପ୍ରଭାବିତ ହୋଇଥାଏ। ନିକଟରେ ଶେଷ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ପିଲା ପ୍ରତିଦିନ କିଛି ସମୟ ଭିଡିଓଗେମ୍‌ ଖେଳୁଛି ତେବେ ଏହାଦ୍ୱାରା ତାହାର ମାନସିକତା ଅନେକାଂଶରେ ସକାରାତ୍ମକ ରହିଥାଏ। ପ୍ରତିଦିନ କିଛି ସମୟ ଭିଡିଓଗେମ୍‌ ଖେଳୁଥିବା କେତେଜଣ ପିଲାଙ୍କ ମାନସିକତା ଉପରେ ସର୍ଭେକରି ସେମାନେ ଏପରି କଥା ଜାଣିପାରିଛନ୍ତି।