ନୂଆଦିଲ୍ଲୀ,୫ା୧୦ (ପି.ଟି.): ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସଂଖ୍ୟାଗରିଷ୍ଠ-ସଂଖ୍ୟାଲଘୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଶୁକ୍ରବାର କହିଛନ୍ତି। ବହୁଳତାବାଦ ହେଉଛି ଆଞ୍ଚଳିକ ଶକ୍ତି। ଆଞ୍ଚଳିକ ସହଯୋଗ ବଢ଼ାଇବା ଲାଗି ବାଂଲାଦେଶ ସବୁବେଳେ ଉଦ୍ୟମ କରିଆସିଛି ବୋଲି ଇଣ୍ଡିଆ ଇକୋନମିକ୍ ସମିଟ୍ରେ ଉଦ୍ବୋଧନ ଦେଇ ହାସିନା କହିଛନ୍ତି। ଭାରତ ହଠାତ୍ ପିଆଜ ରପ୍ତାନି ବନ୍ଦ କରିଦେବା ବାଂଲାଦେଶୀଙ୍କୁ ପ୍ରଭାବିତ କରିଛି। ପୂର୍ବରୁ ସୂଚନା ଦେଇଥିଲେ ଭଲ ହୋଇଥାନ୍ତା ବୋଲି ହାସିନା କହିଥିଲେ।