ପର୍ଲା, ୧୬।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍ ରୁଗୀ। ଏହେଦେ ତାକଁର ଉତ୍ପାତରେ ଗାଁବାସୀ ଭଏଭିତ ଅବସ୍ତାରେ ରହିଥିବାର ଅଭିଯୋଗ କରିଛନ୍।
ସୂଚନା ଅନ୍ସାରେ ବାରବଖରା ଗାଁର ସ୍ବର୍ଗତ ବୁଟି ଧରୁଆ, ବେଲମତୀ ଧରୁଆକଁର ୨ ପୁଓ ଦେବେନ୍ଦ୍ର(୩୫), ନରେନ୍ଦ୍ର(୨୫)। ଦେବେନ୍ଦ୍ର ଅନେକ ଦିନ୍ ହେଲା କେହେନ୍ସି କାରନରୁ ମାନ୍ସିକ ସଁତୁଲନ ହରେଇଛନ୍। ତାକର କିଛି ସୋରସୁତର ନାଇଁ ରହିବାର। ଏନ୍ତାଥି ସେ ଅନେକ ସମିଆରେ ଗାଁର ଲୁକ୍କୁ ପଥରଢେକାଲ ମାରବାର ସଂଗେ ଠେଂଗାବାଡ଼ି ଧରି ମାରବାକେ ଦଉଡ଼ଉଛନ୍। ଦେବେନ୍ଦ୍ରକଁର ଭଏରେ ଗାଁରେ ଛୁଆପିଲା, ବଡ଼ମାନେ ବି ଏକ୍ଲା ଯାଆସ କରବାକେ ଡରୁଛନ୍। ଗାଁର ୩ରୁ ୪ ଝନ୍ ଦେବେନ୍ଦ୍ରକଁର ଆକ୍ରମନର ଶିକାର ହେଇ ଖଁଡ଼ିଆଡଁଡ଼ିଆ ହେଇଥିବାର ଜନାଯାଇଛେ। ଦେବେନ୍ଦ୍ରକଁର ମୁଡ଼ କାମ୍ ନାଇଁ କରବାର ଲାଗି ସେ ଏନ୍ତା ଉତ୍ପାତ ହେଉଛନ୍। ତାକର ଭଏରେ ଅନେକ ସମିଆ ଗାଁଖୁଲି ଶୂନସାନ ହେଇଯାଉଛେ ବଲି ଗାଁର ପରକ୍ଷିତ ଧରୁଆ, ଦିଲୀପ ଧରୁଆ, ଅର୍ଜୁନ ମେହେର, ଲଛମନ ଧରୁଆ ପରମୁଖ କହିଛନ୍। ଇ ବାବ୍ଦେ ଗାଁବାସୀ କୋକସରା ଥାନାରେ ଅଭିଯୋଗ କରିଛନ୍। ଥାନା ସହ ଅଧ୍କାରୀ ବୁଲୁ ସେଠୀ ଗାଁକେ ଆସି ଦେବେନ୍ଦ୍ରକୁଁ କାବୁ କରବାର ଚେଷ୍ଟା କରିଥିଲେ। ହେଲେ ଦୁହିକର ଭିତରେ ଠେଲାପେଲ୍ହା ହେଇଥିବାର ଗାଁବାସୀ କହିଛନ୍। ଶେଷେ ଗାଁବାସୀ ଉପେ ଶୂଇନ୍ ହେଇ ଦେବେନ୍ଦ୍ରର ହାତେଗୁଡ଼େ ଲୁହାର ଶିଁକ୍ଲା ବଁାଧିଛନ୍। ଗାଁରେ କେହେନ୍ସି ଅଘଟନ ଘଟବାର ଆଗ୍ରୁ ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍ଟି ଦେଇ ଦେବେନ୍ଦ୍ରକଁର ଚିକିଛା ବେବସ୍ତା କରବାକେ ଗାଁବାସୀ ଦାବି କରିଛନ୍। ଇ ବାବ୍ଦେ ଜିଲା ମୁଖିଆ ଚିକିଛା ଅଧ୍କାରୀ ବନଲତା ଦେବୀକୁଁ ପଚ୍ରାଲାରୁ ଗୁରୁବାର ଗାଁକେ ଗୁଟେ ଡାକ୍ତରୀ ଦଲ ପଠେଇ ତାକର ପରୀକ୍ଷା ନିରୀକ୍ଷା ସଂଗେ ଉଚ ଚିକିଛାର ବେବସ୍ତା କରାଯିବା ବଲି ସେ କହିଥିଲେ।