ମାନସିକ୍‌ ରୋଗ୍‌ରେ ପୀଡ଼ିତ କାହ୍ନା: ସରିଗଲା ଟଁକା, ଅଧାରେ ରହିଲା ଚିକିଛା

ଘଣ୍ଟାପଡା, ୧୪।୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁର ବଂଶୀଧର ବିଶିକଁର ପୁଓ କାହ୍ନା ବିଶି(୧୨)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ନିଜର ମାନ୍‌ସିକ ସଁତୁଲନ ହରେଇଛନ୍‌। ମା’ବାପ୍‌ ଯାହା ପାରଲେ ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ସେମାନେ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଘଣ୍ଟାପଡ଼ା ଗଁାର ବଂଶୀଧର ବିଶିକଁର ପରିବାର କହେଲେ ମାଏକିନା ଅନୁସୟା, ଦୁଇ ପୁଓ ସଞ୍ଜୀବ, କାହ୍ନା ଆର ଝି’ ପୂର୍ଣ୍ଣିମାକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ବଂଶୀଧର ଦୁଖ୍‌ସୁଖ କରି କୁଟୁମ ପୁଷୁଛନ୍‌। ହେଲେ ସାନପୁଓ କାହ୍ନାକେ ନେଇ ପରିବାରଟା ସବୁବେଲେ ଚିନ୍‌ତାରେ ରହୁଛନ୍‌। କାହ୍ନା ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲେ। ବଏସ୍‌ ହେଲାରୁ ସେ ଗଁାର ଅଙ୍ଗନଓ୍ବାଡି କେନ୍ଦ୍ରକେ ପଢ଼ି ଯାଉଥିଲେ। ସେ ସମିଆରେ କାହ୍ନା କେହନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ। ସେଦିନ୍‌ଠାନୁ ତାକର ମାନସିକ୍‌ ଥିତି ବିଗ୍‌ଡ଼ି ଗଲା। ପରିବାର ଲୋକ୍‌ ଧାରଉଧାର କରି କାହ୍ନାକେ କଣ୍ଟାମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ବୁର୍ଲା ନେଇ ଚିକିଛା କରେଇଥିଲେ। ହେଲେ କିଛି ଲାଭ୍‌ ନାଇଁ ହେଲା। ଦିନୁଦିନ୍‌କେ କାହ୍ନାର ଦିହିପା ସଂଗେ ମାନସିକ୍‌ ସଁତୁଲନ ବେଶି ବିଗ୍‌ଡ଼ିଗଲା। ପଡ଼ିଶା ଲୁକ୍‌କର ପରାମଶ୍‌ରେ ପରିବାର ଲୋକ୍‌ କାହ୍ନାର ଉଚ ଚିକିଛା ଲାଗି ଜମିବାଡ଼ି, ଗଁହନାଗଁାଠି ବଁଧକ ପକେଇ କଟକ, ଭୁବନେଶ୍ୱର, ଓ୍ବାଲଟିୟର ଆର ଶେଷେ ବେଙ୍ଗାଲୁରୁ ନେଇ ଚିକିଛା କରାଲେ। ସେଠାନେ ଉଷୋକଷା କଲାରୁ କାହ୍ନା ଦିନୁଦିନ୍‌କେ ନୁକୋ ହେଉଥିଲେ। ହେଲେ ବେଙ୍ଗାଲୁରୁ ଦୂରିଆ ବାଟ୍‌ ହେବାର ସଂଗେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ କାହ୍ନାର ଚିକିଛା କରେଇ ନାଇଁପାରଲେ। ଏନ୍‌ତାଥି କାହ୍ନା ମାନ୍‌ସିକ ସଁତୁଲନ ଫେନ୍‌ ବିଗ୍‌ଡ଼ି ଗଲା। ଏହେଦେ ସେ କିଛି କହୁଛନ୍‌ ନା ବୁଝୁଛନ୍‌। ମେଲାଢ଼ିଲା ପାଏଲେ ଇଆଡ଼େ ସିଆଡ଼େ ପଲଉଛନ୍‌। ଅନେକ ସମିଆରେ ସେ ମୁରଛା ହେଇଯାଉଛନ୍‌। ଏନ୍‌ତାଥି ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ତାହାକୁ ଖଟେ ଗୋଡ୍‌ ବଁାଧିକରି ରଖିଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ତାକର ଚିକିଛା କରେଇ ସରବ୍‌ସୁଅଁାତ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଘରର ଅବସ୍‌ତା ଦେଖି କାହ୍ନାର ବଡ଼ଭାଇ ସଞ୍ଜୀବ ମାଟ୍ରିକ ପାସ୍‌ କଲା ଉତାରୁ ବାହାର ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଉପେ ଶୂଇନ୍‌ ବଂଶୀଧର ପୁଓର ଚିକିଛା ସାହାଯ୍‌ ଲାଗି ବୌଦ୍ଧରେ ଜିଲାପାଳକଁର ଜନଶୁନାନି ଶିବିରରେ ଗୁହାରି କରିଥିଲେ। ପରଶାସନ ତରଫୁ କାହ୍ନାକେ ଭିନ୍ନକ୍ଷମ ଭତା ଯୁଗେଇ ଦିଆଯାଇଥିଲା। ହେଲେ ଆଏଜ୍‌ତକ ଚିକିଛା ସାହାଯ୍‌ ଲାଗି ପରଶାସନ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେଇ ବଲି ବଂଶୀଧର କହିଛନ୍‌। ରାଏଜ୍‌ସରକାର ଆର ଜିଲା ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ କାହ୍ନାକେ ସବୁପରକାର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଲକ୍ଷ୍ମୀଧର ସାହୁକୁଁ ପଚ୍‌ରାଲାରୁ ଇ ଘଟନା ବାବ୍‌ଦେ ଆମର ପାସେ ଖବର ନାଇଁଥାଇ। ରୁଗୀକୁଁ ଦେଖ୍‌ଲା ଉତାରୁ ଟଁକା ପଏସା, ଚିକିଛା ସୁବିଧା ଯୁଗେଇ ଦିଆଯିବା ବଲି ସେ କହିଥିଲେ।