Posted inଫୁରସତ

ମାନସିକ ପୂରଣ କରେ ଏହି ଯଜ୍ଞକୁଣ୍ଡ…

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି। ଏହାର ଯଜ୍ଞଶାଳାରେ ଦୀର୍ଘ ୬୬ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ୧୯୫୩ରେ ଏହାର ସ୍ଥାପନା କରାଯାଇଥିଲା। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ । ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ ଏହାକୁ ଢାଙ୍କି ଦିଆଯାଏ । ଆଗାମୀ ଦିନ ସକାଳେ ପୁଣି ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ । କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱଳିତ ହୋଇଥାଏ । ଏଠାରେ ଅଗ୍ନି ପ୍ରଜ୍ୱଳିତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଦିଆସିଲିର ଉପଯୋଗ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜରେ ରହିଛି ଏହି କୁଣ୍ଡ। ଏହି ଅଖଣ୍ଡ ଅଗ୍ନିକୁଣ୍ଡ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ଦୀର୍ଘ ଦିନ ଧରି ଅଗ୍ନି ପ୍ରଜ୍ୱଳିତ ହେଲେ ତାହା ସିଦ୍ଧ ହୋଇଯାଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ସିଦ୍ଧ ଅଗ୍ନି ସମ୍ମୁଖରେ ବସି ପବିତ୍ର ହୃଦୟରେ ଯାହା ବି କାମନା କରାଯାଏ ତାହା ସହଜରେ ପ୍ରାପ୍ତି ହେଉଥିବା ଲୋକେ ବିଶ୍ୱାସ କରନ୍ତି । ଲୋକେ କୁହନ୍ତି ସିଦ୍ଧ ମହାପୁରୁଷ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ହିମାଳୟକୁ ତପସ୍ୟା କରିବାକୁ ଯାଇଥିଲେ । ସେହି ସମୟରେ ଏହି ଅଗ୍ନି ହିମାଳୟର କୌଣସି ଏକ ଗୁପ୍ତ ଗୁମ୍ପାର ସିଦ୍ଧ କୁଣ୍ଡରୁ ତାଙ୍କ ଗୁରୁଦେବ ସର୍ବେଶ୍ୱରାନନ୍ଦଙ୍କ କୃପାରୁ ସେ ପାଇଥିଲେ ବୋଲି ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri