ମାନସିକ ବିକାରଗ୍ରସ୍ତଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ,୨।୮(ଡି.ଏନ.ଏ)- ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱରଠାରେ ଜଣେ ମାନସିକ ବିକାରଗ୍ରସ୍ତଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହେବ। ସେ ବନ୍ଦରେଶ୍ୱର ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥାଏ। ଗୁରୁବାର ସକାଳେ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ ଗ୍ରାମବାସୀ ତାଙ୍କ ମୃତଦେହ ପଡ଼ିଥିବା ଦେଖି ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କର କୌଣସି ପରିଚୟ ମିଳି ନ ଥିବା ପୋଲିସ କହିଛି।