ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

 

ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ ଥାନାକୁ ଆସି ଘଟଣାର ତଦନ୍ତ ଚଳାଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣକ ଘରେ ପଶି ଯୁବତୀଙ୍କୁ ବଳାତ୍କାର କରିଥିଲେ। ଯୁବତୀଙ୍କ ବୃଦ୍ଧା ମା’ ପହଞ୍ଚି ଯିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ସନ୍ଧ୍ୟାରେ ଭାଇ ଘରକୁ ଫେରିବା ପରେ ମା’ଙ୍କଠାରୁ ସମସ୍ତ ବିଷୟ ଶୁଣିଥିଲେ। ପରେ ଭଉଣୀ ଓ ମା’ଙ୍କ ସହ ଭାଇ ରାତିରେ ଥାନାକୁ ଆସି ଅଭିଯୋଗ କରିଥିଲେ।ଏ ନେଇ ପୋଲିସ ନଂ.୩୧୮/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି । ମଙ୍ଗଳବାର ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ନିକଟର ପୀଡିତାଙ୍କ ବୟାନ ରେକର୍ଡ କରାଯିବ।

Share