ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର ହୋଇଛି। ଖବର ପାଇ ବାରିପଦା ସଦର ଏସ୍‌ଡିପିଓ କେପି ପଟ୍ଟନାୟକ ଓ ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ଗ୍ରାମର ଶ୍ୟାମ ମାରାଣ୍ଡି ଜଣେ ମାନସିକ ବିକୃତ ବ୍ୟକ୍ତି। ତାଙ୍କର ୨ ସ୍ତ୍ରୀ ଫୁଲମଣି ଓ ସାଲଖୋ। ମଙ୍ଗଳବାର ବିଳମ୍ବିତ ରାତିରେ ଫୁଲମଣି ଓ ସାଲଖୋ ଭିନ୍ନ କୋଠରୀରେ ଶୋଇଥିବା ବେଳେ ଶ୍ୟାମ ଏକ ହାତୁଡି ଯୋଗେ ଉଭୟଙ୍କୁ ମାରି ହତ୍ୟା କରିଥିଲେ। ପରେ ଶ୍ୟାମ ଘର ସମ୍ମୁଖରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଶ୍ୟାମଙ୍କ ଶଳା ସୁନାରାମ ମୁର୍ମୁ ବୁଧବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ (ନଂ. ୪୮/୧୯)ରେ ମାମଲା ରୁଜୁକରି ତଦନ୍ତ କରୁଥିବା ଏସ୍‌ଡିପିଓ ପଟ୍ଟନାୟକ କହିଛନ୍ତି।

Share