Categories: ଜାତୀୟ

ମାନସିକ ଭାରସାମ୍ୟ ହରାଇଛନ୍ତି କୁମାରସ୍ବାମୀ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୭।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୋଲି ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ବିଶେଷ କରି ଗତ ନିର୍ବାଚନରେ ତାଙ୍କ ପୁଅ ହାରିଯିବାରୁ ତାଙ୍କର ଏଭଳି ପରିସ୍ଥିତି ହୋଇଥିବା ପ୍ରହ୍ଲାଦ କହିଛନ୍ତି। କାରଣ ନିକଟରେ ତାଙ୍କ କର୍ମୀମାନେ ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟ ଦାବି କରିବାରୁ କୁମାରସ୍ବାମୀ କହିଥିଲେ ଆପଣମାନେ ଗତ ନିର୍ବାଚନରେ ମୋଦିଙ୍କୁ ଭୋଟ ଦେଇଛନ୍ତି ତେଣୁ ତାଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରନ୍ତୁ। ଏପରି କଥା ଶୁଣିବା ପରେ ପ୍ରହ୍ଲାଦ କହିଛନ୍ତି, ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଭୋଟ ଦେଇ ନ ଥିଲେ। ତେଣୁ ସେ କାହିଁକି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଏବେ ଲୋକଙ୍କୁ କୁମାରସ୍ବାମୀ ଯେଉଁଭଳି ବ୍ୟବହାର କରୁଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି କି ସେ ମାନସିକ ଭାରସାମ୍ୟ ହରାଇଛନ୍ତି।

Share