ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି କୁହାଯାଉଛି। ଗୁଲାମ୍‌ ଅବ୍ବାସ୍‌ ନାମକ ୩୬ ବର୍ଷ ବୟସ୍କ ଯୁବକ ୨୦୦୬ରେ ତାଙ୍କ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତ ୧୩ ବର୍ଷ ଧରି ସେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ତେବେ ଏହାକୁ ନେଇ ମାନବାଧିକାର ସଂଗଠନ ପକ୍ଷରୁ ଅବ୍ବାସଙ୍କୁ ଫାଶୀ ନ ଦେବା ପାଇଁ ଦାବି କରାଯାଇଛି। ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ଏଭଳି ରାୟ କୋର୍ଟ ଦେଇଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪.୫ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ,୨୭।୩: ନେପାଳର ଉତ୍ତର-ପଶ୍ଚିମ ହୁମଲା ଜିଲାରେ ବୁଧବାର ସାରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିଯୋଗୁ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ। ଜାତୀୟ...

ୟୁନୁସଙ୍କ ଅପେକ୍ଷାର ଅନ୍ତ, ଚିଠି ଲେଖିଲେ ମୋଦି, ହୋଇଗଲା ବଡ଼ ଡିଲ୍‌!

ଢାକା,୨୭।୩: ବାଂଲାଦେଶର ଆନ୍ତରୀଣ ସରକାର ମହମ୍ମଦ ୟୁନୁସ ଗତ କିଛି ଦିନ ଧରି ଭାରତକୁ ଅପେକ୍ଷା କରିଛନ୍ତି। ୟୁନୁସ ଜାଣନ୍ତି ଯେ ଭାରତ ସହିତ ତାଙ୍କର...

ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ...

ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ

ସିଓଲ,୨୭ା୩: ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ଅଦ୍ୟାବଧି ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି।...

ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା...

ଯାହାବି କରନ୍ତୁ ମୁଁ ଚାଇନା ଯିବି ନାହିଁ, ଯାତ୍ରୀଙ୍କୁ ହାତ ଯୋଡି ଏମିତି କାହିଁକି କହିଲେ ପାଇଲଟ, ଜାଣନ୍ତୁ…

ଲସ ଆଞ୍ଜେଲସ,୨୬।୩: ଆମେରିକାର ଲସ ଆଞ୍ଜେଲସରୁ ଚାଇନାର ସବୁଠାରୁ ବଡ଼ ସହର ସାଂଘାଇକୁ ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଏକ ବିମାନକୁ ଆମେରିକା ଫେରିବାକୁ...

ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା

ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ...

ରାତାରାତି ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image