Advertisement

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି କୁହାଯାଉଛି। ଗୁଲାମ୍‌ ଅବ୍ବାସ୍‌ ନାମକ ୩୬ ବର୍ଷ ବୟସ୍କ ଯୁବକ ୨୦୦୬ରେ ତାଙ୍କ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଗତ ୧୩ ବର୍ଷ ଧରି ସେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ତେବେ ଏହାକୁ ନେଇ ମାନବାଧିକାର ସଂଗଠନ ପକ୍ଷରୁ ଅବ୍ବାସଙ୍କୁ ଫାଶୀ ନ ଦେବା ପାଇଁ ଦାବି କରାଯାଇଛି। ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ଏଭଳି ରାୟ କୋର୍ଟ ଦେଇଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share