ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ…

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। ଦୁଇହାତ ପାପୁଲିକୁ ଘଷି ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଅନେକ ଉପକାର। ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ। ଏହି ପ୍ରକ୍ରିୟା ପ୍ରତିଦିନ ୩-୫ ମିନିଟ କଲେ ସୁଫଳ ମିଳେ। ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରି ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ମିଳେ ସୁଫଳ। ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ। ଆଖିଡୋଳକୁ କ୍ଲକ୍‌ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ । ହାତରେ ପେନ୍‌ସିଲ୍‌ ବା ପେନ୍‌ ଧରି ଏହାକୁ ନାକ ସାମ୍ନାକୁ ଧୀରେ ଧୀରେ ଆଣି ଏହାର ମୁନ ଉପରେ ଦୃଷ୍ଟି ନିବଦ୍ଧ କରି ହାତକୁ ଆଗକୁ ପଛକୁ କଲେ ଆଖିର ପାଓ୍ବାର ଅଫ୍‌ ଆକୋମୋଡେସନ୍‌ ବଢ଼ିଥାଏ।