Categories: ଖେଳ

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଥିଲେ। ଯାହାକୁ ବୋର୍ଡ ମଞ୍ଜୁରୀ ଦେଇଛି। ଗତ ତିନିମାସ ହେବ ତମିମ୍‌ ଖରାପ୍‌ ଫର୍ମ ଦେଇ ଗତି କରୁଛନ୍ତି। ବିଶ୍ୱକପ୍‌ରେ ମଧ୍ୟରେ ଭଲ ସ୍ପୋର କରିପାରି ନ ଥିଲେ। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁ ଆଲୋଚନା କରିଥିଲେ। ଏଥିପାଇଁ ସେ କ୍ରିକେଟରୁ କିଛିଦିନ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

Share