ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍‌ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ନିୟମିତ ୨ରୁ ୩ କିଲୋମିଟର ସାଇକେଲ ଚଳାଇଲେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଫଳରେ ଶରୀରର ବିଭିନ୍ନ ହରମୋନ କ୍ଷେତ୍ରରେ ସମନ୍ବୟ ସ୍ଥିତି ସୃଷ୍ଟି ହୁଏ। ସାଇକେଲ ଚଳାଇଲେ ଶରୀରରେ ସେରୋଟେନିନ୍‌ ଏବଂ ଏଣ୍ଡୋର୍ଫିନ୍ସ୍‌ ହରମୋନ୍‌ସ୍ତର ବୃଦ୍ଧି ପାଇଥାଏ। ଏହି ହରମୋନକୁ ଖୁସି ହରମୋନ୍‌ କୁହାଯାଇଥାଏ। ଏହାର ପ୍ରଭାବରେ ମସ୍ତିିଷ୍କରେ ଆବଶ୍ୟକ ପରିମାଣରେ ରକ୍ତ ସଞ୍ଚାଳନ ହେବା ଯୋଗୁ ମନ ଖୁସି ରହିବା ସହିତ ଚାପମୁକ୍ତ ରହିଥାଏ।