Advertisement

ମାନସିକ ସ୍ବାସ୍ଥ୍ୟ ଓ ପରିବେଶ

ପରିବେଶ ପ୍ରଦୂଷିତ ହେଲେ ତାହାର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡ଼ିଥାଏ। ଏଥିପାଇଁ ଆମେ ଶ୍ୱାସଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ହେଲେ ଏହାଦ୍ୱାରା ଆମର ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ବୋଲି ନିକଟରେ ଶେଷ ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଏହାକୁ ନେଇ ଅନେକ ଚିନ୍ତିତ ରହିଥାଆନ୍ତି। ଏହି ଚିନ୍ତାଧାରା ଅଧିକ ସମୟ ଧରି ଲାଗି ରହିଲେ ତାହା ଅବସାଦ ପରି ସମସ୍ୟାର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। କାରଣ ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରଦୂଷିତ ପରିବେଶ ଦ୍ୱାରା କେତେକଙ୍କର ମାନସିକ ଅବସ୍ଥା ପ୍ରଭାବିତ ହୋଇଥିବାର ସେମାନେ ଜାଣିବାକୁ ପାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel