Categories: ଜାତୀୟ

ମାନହାନି ମାମଲାରେ କୋର୍ଟ ପହଞ୍ଚିଲେ ରାହୁଲ

ମୁମ୍ବାଇ,୪।୭: ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ଗୁରୁବାର ଏକ ମାନହାନି ମାମଲାରେ ମୁମ୍ବାଇର ଏକ କୋର୍ଟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ପକ୍ଷରୁ ରାହୁଲଙ୍କ ନାଁରେ ଏକ ମାନହାନି ମାମଲା କାରାଯାଇଥିଲା। ସୂଚନାଯୋଗ୍ୟ, ଖବରଦାତା ଗୌରିଲଙ୍କେଶ ହତ୍ୟାକାଣ୍ଡକୁ ନେଇ ଭାଜପା-ଆର୍‌ଏସ୍‌ଏସ୍‌ ବିଚାରଧାରାକୁ ନେଇ ରାହୁଲ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ନେଇ ତାଙ୍କ ନାଁରେ ମାନହାନି ମାମଲା କରାଯାଇଥିଲା।

Share