Categories: ଜାତୀୟ

ମାନହାନି ମାମଲାରେ ପୁଣି କୋର୍ଟରେ ହାଜର ହେବେ ରାହୁଲ

ପାଟନା,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦ୍ୱିତୀୟ ଥର ଲାଗି ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ କୋର୍ଟରେ ହାଜର ହେବେ। ଶନିବାର ସେ ପାଟନା କୋର୍ଟରେ ହାଜର ହେବେ। ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ। ରାହୁଲ କହିଥିଲେ, ସବୁ ଚୋରଙ୍କ ନାଁର ସରନେମ୍‌ କାହିଁକି ମୋଦି। ଏହି ଉକ୍ତିରେ ସୁଶୀଲ ମୋଦି ରାହୁଲଙ୍କୁ ଟାର୍ଗେଟ କରି ମାମଲା ରୁଜୁ କରିଥିଲେ।

Share