Categories: ଜାତୀୟ

ମାନହାନି ମାମଲାରେ ରବିଶଙ୍କରଙ୍କୁ ସମନ

ଥିରୁଭାନନ୍ଥପୁରମ୍‌,୧୬ା୨(ପି.ଟି.): ଏକ ମାନହାନି ମାମଲାରେ ହାଜର ହେବା ଲାଗି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଶନିବାର କେରଳର ଏକ ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ ନେତା ତଥା ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର ୨୦୧୮ ଡିସେମ୍ବରରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ଥରୁର ଜଣେ ହତ୍ୟା ଅଭିଯୁକ୍ତ ବୋଲି ରବିଶଙ୍କର କହିଥିଲେ। ତାଙ୍କୁ ମେ ୨ରେ ହାଜର ହେବା ଲାଗି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି।

Share