ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି। ସମ୍ପୂର୍ଣ୍ଣ ଶାକାହାରୀ ମାନୁଷୀ ଏହାର ସକରାତ୍ମକ ଦିଗ ଉପରେ ଆଲୋଚନା କରିବା ସହ ପରିବେଶ ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ବୁଝାଇଛନ୍ତି। ସେ କହିଛନ୍ତି ଶାକାହାରୀ ହେବା ବାସ୍ତବରେ ମୋ ଜୀବନର ଏକ ଦିଗ। ମୋ ପରିବାରରେ ସମସ୍ତେ ଶାକାହାରୀ ହୋଇଥିବା ବେଳେ ସେମାନେ ଯେତେବେଳେ ମୋତେ ଏହି ଅଭ୍ୟାସରେ ପକାଇ ଦେଇଥିଲେ ସେତେବେଳେ ମୋର କିଛି ଉଣା ଅଛି ବୋଲି ମୁଁ ଅନୁଭବ କରି ନ ଥିଲି। ମାନୁଷୀ କହିଛନ୍ତି ମୁଁ ସବୁବେଳେ ଶାକାହାରୀ ହୋଇ ରହିବାକୁ ଚାହେଁ ଏଥିରେ କେବେ ବି ପରିବର୍ତ୍ତନ ହେବ ନାହିଁ। ଶାକାହାରୀ ହେଲେ ସ୍ବାସ୍ଥ୍ୟ ଅନେକ ପରିମାଣରେ ଭଲ ରହିବ ବୋଲି ମଧ୍ୟ ସେ କହିଛନ୍ତି। ଏହା ସ୍ବାସ୍ଥ୍ୟ ଉପଯୋଗୀ ଓ ଏହା କୋଲେଷ୍ଟରଲ, ବ୍ଲଡ ପ୍ରେସର ଆଦି ହେବାକୁ ଦେଇ ନ ଥାଏ ବୋଲି ମାନୁଷୀ ମତ ଦିଅନ୍ତି। ଆନୁଷୀ ଆଗାମୀ ଦିନରେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ମାନୁଷୀ ୟଶରାଜ ବ୍ୟାନରରେ ଐତିହାସିକ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ’ରେ ଲିଡ୍‌ ରୋଲରେ ଅକ୍ଷୟ କୁମାରଙ୍କ ବିପକ୍ଷ ନାୟିକା ଭାବେ ଦେଖାଦେବେ ବୋଲି ଶୁଣିବାକୁ ମିଳିଛି।

Share