ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି ଆଲୋଚନା ହେଉଛି। ଏମିତି କହିବାର କାରଣ ହେଉଛି ୨୦୧୭ ନଭେମ୍ବର ୧୮ରେ ସେ ମିସ୍‌ ଓ୍ବାର୍ଲଡ ମୁକୁଟ ପିନ୍ଧି ଦେଶ ପାଇଁ ଗୌରବ ଆଣି ଦେଇଥିଲେ। ଆଉ ଏହାର ଠିକ୍‌ ୨ ବର୍ଷ ପରେ ଅର୍ଥାତ୍‌ ୨୦୧୯ ନଭେମ୍ବର ୧୮ ତାଙ୍କ ପାଇଁ ଆହୁରି ସ୍ପେଶାଲ ହୋଇଯାଇଛି ବୋଲି କୁହାଯାଉଛି। କାରଣ ଏବେ ମାନୁଷୀ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ପୃଥ୍ବିରାଜ’ରେ ସେ ବଲିଉଡ୍‌ ଏଣ୍ଟ୍ରି କରିବେ। ତେବେ ଏହି ଫିଲ୍ମର ଶୁଟିଂ ନଭେମ୍ବର ୧୮ରେ ହିଁ ଆରମ୍ଭ ହୋଇଛି। ତେଣୁ କୁହଯାଉଛି ନଭେମ୍ବର ୧୮ ମାନୁଷୀଙ୍କ ପାଇଁ ବିଶେଷ ମହତ୍ୱ ରଖେ। ମାନୁଷୀଙ୍କ ବ୍ୟତୀତ ଏହି ଫିଲ୍ମରେ ଖିଲାଡି ବୟ ଅକ୍ଷୟ କୁମାର ଓ ନାୟିକା ରାଣୀ ମୁଖାର୍ଜୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ତେବେ ଫିଲ୍ମର ଶୁଟିଂ ସମୟରେ ମାନୁଷୀ ଖୁବ୍‌ ଖୁସି ଥିବା ଲକ୍ଷ୍ୟ କରାଯାଇଛି। ଏହାସହ ସେ ଶୁଟିଂ ସେଟ୍‌ରେ କହିଛନ୍ତି ନଭେମ୍ବର ୧୮ ମୋ ପାଇଁ ବିଶେଷ ମହତ୍ୱ ରଖେ। କାରଣ ମିସ୍‌ ଓ୍ବାର୍ଲଡ ମୁକୁଟ ମୁଁ ଏହିଦିନ ପିନ୍ଧିଥିଲି ଓ ମୋ ଫିଲ୍ମର ପ୍ରଥମ ସର୍ଟ ମୁଁ ନଭେମ୍ବର ୧୮ ହିଁ ଦେଇଛି।

Share