Categories: ଜାତୀୟ

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର ମାନେସାରସ୍ଥିତ ଗ୍ରାଣ୍ଡ ଆଇଟିସି ହୋଟେଲକୁ ନେଇଯାଇଛି। ଦିଲ୍ଲୀଠାରୁ ପାଖାପାଖି ୫୦ କିମି ଦୂରରେ ଅବସ୍ଥିତ ଏହି ପଞ୍ଚତାରକା ହୋଟେଲରେ ବିଧାୟକମାନଙ୍କ ସହ ଭାଜପାର କେତେଜଣ ବରିଷ୍ଠ ନେତା ରହିଛନ୍ତି। ଉକ୍ତ ହୋଟେଲ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। କଂଗ୍ରେସରୁ ନିଖୋଜ ଥିବା ୩ ବିଧାୟକ ସେଠାରେ ଭାଜପା ସଦସ୍ୟମାନଙ୍କ ସହ ରହିଥିବା ଜଣାପଡିଛି। ବରିଷ୍ଠ ଭାଜପା ନେତା କୈଳାସ ବିଜୟଭର୍ଗୀୟ, ହରିୟାଣା ଭାଜପା ପ୍ରଭାରୀ ଅନିଲ ଜୈନ ପ୍ରମୁଖ ସେଠାରେ ବିଧାୟକମାନଙ୍କୁ ଭେଟିଛନ୍ତି। ଭାଜପା ସହ ଥିବା ୧୦୬ ବିଧାୟକ ସ୍ବତନ୍ତ୍ର ବିମାନ ଯୋଗେ ମାନେସାରରେ ପହଞ୍ଚତ୍ଥିଲେ।

Share