Categories: ବାଣିଜ୍ୟ

ମାନ୍ଦାବସ୍ଥାରୁ ଘର ବିକ୍ରି ୨୫% କମିଲା

ନୂଆଦିଲ୍ଲୀ,୧୮-୧୦: ମାନ୍ଦାବସ୍ଥା ପ୍ରଭାବରୁ ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ୨୫% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଏହା ୬୫,୭୯୯ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟରେ ଏହି ସହରଗୁଡିକରେ ୮୮, ୦୭୮ ୟୁନିଟ ବାସଗୃହ ବିକ୍ରି ହୋଇଥିଲା। ପ୍ରଭାବିତ ଖାଉଟି ମନୋଭାବ ଏବଂ ଚାହିଦା ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ପ୍ରପର୍ଟି ବ୍ରୋକରେଜ ଫାର୍ମ ପ୍ରପ୍‌ ଟାଇଗର ସୂଚନା ଦେଇଛି। ଏହା ପୂର୍ବରୁ ହାଉସିଂ ବିକ୍ରି ହ୍ରାସ ହେବା ନେଇ ଜେଏଲ୍‌ଏଲ୍‌ ଏବଂ ଆନାରକ୍‌ ଭଳି ସଂସ୍ଥା ରିପୋର୍ଟ ଦେଇଥିଲେ। ଏହି ସମୟ ମଧ୍ୟରେ ୩୩,୮୩୩ ନୂଆ ଘର ଲଞ୍ଚ ହୋଇଛି। ଯାହା ୨୦୧୮ର ସମାନ ସମୟରେ ୬୧,୬୭୯ ୟୁନିଟ ରହିଥିଲା। ମୁମ୍ବାଇ ମେଟ୍ରୋପଲିଟାନ୍‌ ରିଜିଅନ, ପୁଣେ, ନଏଡା, ଗୁରୁଗ୍ରାମ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ ଏବଂ କୋଲକତା ଭଳି ସହରଗୁଡିକରେ ଘର ବିକ୍ରିରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।

Share