Categories: ବାଣିଜ୍ୟ

ମାନ୍ଦାବସ୍ଥା କାରଣରୁ ଗାଡ଼ି ବିକ୍ରି କମିଛି: ହୋଣ୍ଡା ପ୍ରେସିଡେଣ୍ଟ

ଦେଶର ଦେଖାଦେଇଥିବା ମାନ୍ଦାବସ୍ଥା କାରଣରୁ ଦୁଇଚକିଆ ଯାନ ବିକ୍ରି କମିଛି। ସେହିପରି ବିଏସ୍‌-୬ ମାନଦଣ୍ଡ ଆପଣାଇବା ଯୋଗୁ ଗାଡ଼ି ଦାମ୍‌ ବଢ଼ିଯିବ ବୋଲି ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ ପ୍ରେସିଡେଣ୍ଟ, ସିଇଓ ଏବଂ ଏମ୍‌ଡି ମିନୋରୁ କାଟୋ କହିଛନ୍ତି। ସେ କହିଛନ୍ତି ଯେ, ଗତବର୍ଷ ସେପ୍ଟେମ୍ବରରୁ ବୀମା ପ୍ରିମିୟମ ବୃଦ୍ଧି ପାଇବା, ବିଏସ୍‌-୪ ଗାଡ଼ି ପାଇଁ ଗ୍ରାହକମାନେ ବଡ଼ଧରଣର ଡିସ୍‌କାଉଣ୍ଟ ପାଇବାକୁ ଅପେକ୍ଷା କରି ରହିବା ଏବଂ ଜିଏସ୍‌ଟି ହାର କମିବ ବୋଲି ଆଶାକରିବା ଯୋଗୁ ଦୁଇ ଚକିଆ ଯାନ ବିକ୍ରି ହ୍ରାସ ପାଇ ଚାଲିଛି। କମ୍ପାନୀ ପକ୍ଷରୁ ନିର୍ମିତ ପ୍ରଥମ ବିଏସ୍‌-୬ ମାନଦଣ୍ଡ ପୂରଣ କରୁଥିବା ମଡେଲ ଆକ୍ଟିଭା-୧୨୫ ଲଞ୍ଚ କରିବା ଅବସରରେ କାଟୋ ଉକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତର ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏବେ ଦେଶରେ ଚାହିଦା କମିବାରେ ଲାଗିଛି। ଏହା ଗାଡ଼ି ବିକ୍ରି ହ୍ରାସର ସବୁଠାରୁ ବଡ଼ ମୌଳିକ କାରଣ ହୋଇଛି।

Share